ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅତୀତରେ ଦେଶର ପ୍ରମୁଖ ଫ୍ଲାଏଓଭର ବ୍ରିଜ ନିର୍ମାଣାଧୀନ ବେଳେ ଭୁଶୁଡି ଯାଇଥିବା ନଜିର ରହିଛି। ଏଥିରେ ଅନେକ ଧନଜୀବନ ମଧ୍ୟ ନଷ୍ଟ ହୋଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଅଘଟଣ ଘଟିଛି।
ଯେଉଁଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।
ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ ୨୦୧୦ରୁ ୨୦୧୬ ମଧ୍ୟରେ ଅନେକ ଫ୍ଲାଏ ଓଭର ଭୁଶୁଡିଛି। ଯେଉଁଥିରେ ୧୩,୧୭୮ ଲୋକଙ୍କ ପ୍ରାଣ ଯାଇଛି।
ପ୍ରମୁଖ ଦୁର୍ଘଟଣା :
୨୦୦୭: ସେପ୍ଟେମ୍ବରରେ ହାଇଦ୍ରାବାଦରେ ଏକ ଫ୍ଲାଏଓଭର ଭୁଶୁଡି ପଡି ୨୦ ଜଣକର ମୃତ୍ୟୁ ଘଟିଥିଲା।
୨୦୧୦: ଦିଲ୍ଲୀରେ ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ଷ୍ଟାଡିୟମ ନିର୍ମାଣାଧୀନ ଥିବା ବେଳେ ଭୁଶୁଡି ପଡିଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ।
୨୦୧୩: ମୁମ୍ବାଇ ବିମାନ ବନ୍ଦର ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବା ବେଳେ ଏକ ବଡ ସ୍ଲାବ ଉପରୁ ଖସି ପଡିଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୧୩: ବିହାର ମୁଜାଫରନଗରରେ ଏକ ମାଲବୋଜେଇ ଟ୍ରେନ ଉପରେ ଓଭରବ୍ରିଜ ଭୁଶୁଡି ପଡିଥିଲା। ଏଥିରେ ୧୪ ଜଣ ଆହତ ହୋଇଥିଲେ।
୨୦୧୩: କୋଲକାତାର ଉଲଟଡାଙ୍ଗା ନିକଟରେ ଫ୍ଲାଓଭର ବ୍ରିଜ ଭୁଶୁଡି ପଡିବାରୁ ବହୁ ଲୋକ ଆହତ ହୋଇଥିଲେ।
୨୦୧୪: ସୁରଟର ଆଥୱାଲିନେସ୍ ନିକଟରେ ୩୫ ମିଟର ଲମ୍ବର ସ୍ଲାବ ଖସି ପଡିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୧୬:  କୋଲକାତାର ବିବେକାନନ୍ଦ ଫ୍ଲାଏଓଭର ଭୁଶୁଡି ପଡିବାରୁ  ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୮୦ ଜଣ ଆହତ ହୋଇଥିଲେ।

Tags: Bhubaneswar News, Bomikhal Overbridge, Bomikhal Overbridge Collapse, Breaking News, construction work, Latest News, media, Odisha Breaking News, Odisha News, Odisha Stories, Odisha Top Stories, Overbridge Collapse, rescue operation, Top Stories, tragic incident

Comment