ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁସ୍ତାଫିଜ ଅହମ୍ମଦଙ୍କ ସୋମବାର କଟକରେ  ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଅଢ଼େଇ ମାସ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।
୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମୁସ୍ତାଫିଜ ଅହମ୍ମଦ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ଏହାସହ ସେ କଟକରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ”ରାଜ୍ୟ ଜଣେ ଦକ୍ଷ ସଙ୍ଗଠକ ତଥା ସମାଜସେବୀଙ୍କୁ ହରାଇଲା। କଟକର ବିକାଶ ପାଇଁ ସେ ବହୁତ କିଛି ପଦକ୍ଷେପ ନେଇଛନ୍ତି। ଅହମ୍ମଦ ଜଣେ ସାଧାରଣ ଲୋକ ଥିଲେ।”
କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, “ମୁସ୍ତାଫିଜ ଅହମ୍ମଦଙ୍କ ମୁତ୍ୟୁ ଖବର ଶୁଣି ମୁଁ ଚକିତ ହୋଇଗଲି। ତାଙ୍କ ସହ ମୁଁ ବହୁ ଘନିଷ୍ଠ ଥିଲି। କଟକର ଜଣେ ସେ ଲୋକପ୍ରିୟ ନେତା ଥିଲେ।”
ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ମୁସ୍ତାଫିଜ ଅହମ୍ମଦଙ୍କ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: Sayed Mustafiz Ahmed, Mustafiz Ahmed, Naveen Patnaik, Biju Patnaik, Politician, Odisha Politics, Politics, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment