ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଆଜି ପ୍ରତି ବ୍ଲକ ଓ ଜିଲ୍ଲା ସଦର ମହକୁମାରେ ତୈଳ ଦର ବୃଦ୍ଧି ପ୍ରତିବାରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଞ୍ଚଘଣ୍ଟା ଧରି ବିଜେଡି ପକ୍ଷରୁ ହରତାଳ କରାଯାଉଛି।
ଏଥିରେ ଆବଶ୍ୟକ ସେବାକୁ ବନ୍ଦ କରାଯିବା ସହ ସାରା ରାଜ୍ୟରେ ବସ୍‌ ଏବଂ ଅନ୍ୟାନ୍ୟ ଯାନବାହନ ଚଳାଚଳକୁ ପ୍ରତିବାଦ କରାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକ ଯେପରିକି ଜୟଦେବ ବିହାର ଛକ, ସିଆର୍‌ପି ଛକ, ରସୁଲଗଡ଼, ଆଚାର୍ଯ୍ୟ ବିହାର, ଏଜି ଛକ, କଳ୍ପନା ଛକରେ ଦଳର ବରିଷ୍ଠ ନେତାମାନେ ପିକେଟିଂ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ପ୍ରଦର୍ଶନ କରିଛନ୍ତି।
ସରକାର ସକାଳୁ ହରତାଳକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ବିଜେଡିର ତୈଳ ଦର ବୃଦ୍ଧି ପ୍ରତିବାଦରେ ପ୍ରତି ବ୍ଲକ ଓ ଜିଲ୍ଲା ସଦର ମହକୁମାରେ ଶାନ୍ତିର ସହ ବିକ୍ଷୋଭ କରିବ ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମଧ୍ୟ ଆଜି ସକାଳୁ ରାଜଧାନୀର ବିଭିନ୍ନ ଛକରେ ଦଳୀୟ କର୍ମୀ ହାତରେ ଦଳୀୟ ପତାକା ଓ ଠେଙ୍ଗା ଧରିବା ସହ  ଟାୟାର ଜାଳି  ରାସ୍ତା ଅବରୋଧ କରିଛନ୍ତି, ଯାହାଫଳରେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଜରୁରୀକାଳୀନ ସେବାରେ ବାଧା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କିଛି ଯୁବକ ଠେଙ୍ଗା ମାଧ୍ୟମରେ ଲୋକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ଆତଙ୍କ ସୃଷ୍ଟି କରିଛନ୍ତି।

Tags: BJD, BJD Strike, five-hour hartal, Fuel Price, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here