ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଶାନ୍ତ ହେଉଛି କ୍ୟାମ୍ପସ୍। ଗୋଟିଏ ପରେ ଗୋଟିଏ କଲେଜ ହେଉଛି ସାଇନ୍-ଏ-ଡାଏ। କିଛିଦିନ ତଳେ ବାଣୀବିହାର ସମେତ ୧୧ଟି କଲେଜ ସାଇନ୍-ଏ-ଡାଏ ଘୋଷଣା ହେବା ପରେ ଗୁରୁବାର କଟକର ମଧୁସୂଦନ ଲ’ କଲେଜରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି।
ଲ’ କଲେଜର ଜଣେ ଛାତ୍ରୀ କ୍ୟାମ୍ପସରେ କିରୋସିନ ଢାଳି ଆତ୍ମାହୂତି ଉଦ୍ୟମ କରିବାରୁ କଲେଜ କର୍ତ୍ତୃପକ୍ଷ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି। ଏହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି।
ପ୍ରତିପକ୍ଷ ଗୋଷ୍ଠୀକୁ ବଦନାମ କରିବା ପାଇଁ ଜଣେ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ ହେବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ସଂପୃକ୍ତ ଛାତ୍ରୀ ଜଣକ କ୍ୟାମ୍ପସ୍‌ରେ ଆତ୍ମାହୂତି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି।
ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ବାଣୀବିହାର, ଭୁବନେଶ୍ୱରର ବିଜେବି, କାମାକ୍ଷାନଗର କଲେଜ ସାଇନ-ଏ-ଡାଏ ଘୋଷଣା ହୋଇଛି। ସେହିପରି ଯାଜପୁର ଜିଲ୍ଲାର ବ୍ୟାସନଗର କଲେଜ, ବାଲେଶ୍ୱର ଜିଲ୍ଲାର ଓଉପଦା ଏବଂ ସ୍ୱର୍ଣ୍ଣଚୂଡା କଲେଜ ମଧ୍ୟ ଛାତ୍ର ଅଶାନ୍ତିକୁ ନେଇ ବନ୍ଦ ହୋଇଛି।

 

LEAVE A REPLY

Please enter your comment!
Please enter your name here