ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗ ସଚିବ, ରୋଡ ଆଣ୍ଡ ଡିଜାଇନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏବଂ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଛନ୍ତି। ତା’ ସହିତ ହାଇକୋର୍ଟ ପଣ୍ଡା ଇନଫ୍ରାର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ କରିଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣିକରି ହାଇକୋର୍ଟ ଏହି ପକ୍ଷମାନଙ୍କୁ ନୋଟିସ ଜାରି କରିଛନ୍ତି। ଦୁର୍ଗାପୂଜା ଅବସର ପରେ ମାମଲାର ଶୁଣାଣି ହେବ।
ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍‍ ପକ୍ଷରୁ ଏହାର ଆବାହକ ସବ୍ୟସାଚୀ ମହାପାତ୍ର ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ ସେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଏବଂ ପଣ୍ଡା ଇନ୍‍ଫ୍ରା କମ୍ପାନିର ପରିଚାଳନା ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିବା ପାଇଁ କୋର୍ଟରେ ନିବେଦନ କରିଥିଲେ। ଫ୍ଲାଏଓଭର ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ହେବାଠାରୁ ଏପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ଆବେଦନକାରୀ କୋର୍ଟକୁ ଅନୁରୋଧ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତାପସ ଦ୍ୱିବେଦି କେସର ପରିଚାଳନା କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here