ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରଥମ ମହିଳା ଯିଏ ବିଜ୍ଞାନରେ ଡକ୍ଟରେଟ ଉପାଧି ହାସଲ କରିଥିଲେ ତାଙ୍କୁ ଆଜି ଗୁଗଲ ପକ୍ଷରୁ ସମ୍ମାନିତ କରାଯାଇଛି। ସେହି ମହାନ ମହିଳା ହେଉଛନ୍ତି ଅସୀମା ଚାଟ୍ଟାର୍ଜି।
୧୯୨୦ ଓ ୧୯୩୦ ବେଳର କଥା। ଏହି ସମୟରେ ଭାରତର ମହିଳାମାନେ ବାହାରକୁ ଆସି ପାରିନଥିଲେ। ଉଚ୍ଚଶିକ୍ଷା ଲାଭ କରିବା ତ ପରର କଥା। ଏହି ମୁସ୍କିଲ୍ ପରିସ୍ଥିତିରେ କିନ୍ତୁ ଜଣେ ମହିଳା ବାହାରକୁ ଗୋଡ଼ କାଢ଼ିପାରିଥିଲେ।
ଅସୀମା ଚାଟ୍ଟାର୍ଜି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଉପାଧ୍ୟୁତ୍ତର ଡିଗ୍ରୀ ହାସଲ କରିପାରିଥିଲେ। ସେହି ସମୟରେ କୌଣସି ଭାରତୀୟ ମହିଳା କେମିଷ୍ଟ୍ରି ପଢ଼ିବା ଏକ ଅଜଣା ଅଶୁଣା ପାଠ ଥିଲା। କିନ୍ତୁ ଏହି ବଙ୍ଗୀୟ ମହିଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଥିଲେ। ସେ ଅର୍ଗାନିକ କେମିଷ୍ଟ୍ରିରେ ସ୍ନାତକ, ସ୍ନାତକୋତ୍ତର ଉପାଧି ପାଇ ଆହୁରି ଉପରକୁ ଯାଇଥିଲେ।
ଗୁଗଲ ଆଜି ତା’ର ହୋମ୍ ପେଜରେ ଏକ ଡୁଡଲ ପ୍ରସ୍ତୁତ କରି ତାଙ୍କ ପ୍ରତି ସମ୍ମାନ ଜଣାଇଛି। ତାଙ୍କ ଜନ୍ମ ୨୩ ସେପ୍ଟେମ୍ବର ୧୯୧୭ରେ। ତାଙ୍କ ଗବେଷଣା ମାଧ୍ୟରେ ଏପିଲେପ୍ସି ଓ ମ୍ୟାଲେରିଆ ଭଳି ରୋଗର ଚିକିତ୍ସା ଅନ୍ତର୍ଭୁକ୍ତ। ଆହୁରି ମଧ୍ୟ ସେ ଭିନ୍‌କା ଆଲ୍‌କାଲଏଡ୍‌ସର ଅନୁସନ୍ଧାନ କରିଛନ୍ତି ଯାହା କେମୋଥେରାପି ପାଇଁ ବ୍ୟବହାର କରାଯାଏ। ଅସୀମା ଚାଟ୍ଟାର୍ଜିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

 

LEAVE A REPLY

Please enter your comment!
Please enter your name here