ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ’ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ September 25, 2017 FacebookTwitterPinterestWhatsApp ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ଭୁବନେଶ୍ୱରରେ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ସାରା ଦେଶରେ ଚାଲିଥିବା ‘ସ୍ୱଚ୍ଛତା ପକ୍ଷ’ ଅବସରରେ ଓଡ଼ିଶା ସର୍କଲ୍ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ଙ୍କ ଅଫିସ୍ର ତତ୍ତ୍ୱାବଧାନରେ ଏହା ପାଳନ କରାଯାଇଛି। ସୋମବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ସିପିଏମ୍ଜି ଡକ୍ଟର ସନ୍ତୋଷ କୁମାର କମିଲା, ବିଭାଗୀୟ ଅଫିସର ଏବଂ ଅନ୍ୟ କର୍ମଚାରୀମାନେ ହାତରେ ଝାଡ଼ୁ ଧରି ସଫେଇ କରିଛନ୍ତି। ରବିବାର ‘ସମଗ୍ର ସ୍ୱଚ୍ଛତା’ କାର୍ଯ୍ୟକ୍ରମରେ ଡାକ ବିଭାଗର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ସଫେଇ କରିଥିବା ବେଳେ ସୋମବାର ‘ସର୍ବତ୍ର ସ୍ୱଚ୍ଛତା’ କାର୍ଯ୍ୟକ୍ରମରେ ସିପିଏମ୍ଜି ଓ ଅନ୍ୟ ଅଧିକାରୀମାନେ ସାମିଲ୍ ହୋଇଥିଲେ। ସେମାନେ ଲୋୟର ପିଏମ୍ଜି ରାସ୍ତା, ପୋଷ୍ଟାଲ କାର୍ଯ୍ୟାଳୟ ସମ୍ମୁଖ ବସ୍ ଷ୍ଟପ୍ ଏବଂ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଚାରିପଟେ ଜମି ରହିଥିବା ଅଳିଆ ଆବର୍ଜନାକୁ ସଫା କରିଥିଲେ। ପୋଷ୍ଟାଲ ସର୍ଭିସ ବୋର୍ଡର ବୈଷୟିକ ସଦସ୍ୟ ତିଲକ ଦେ ସୋମବାର ଦିନ ହୋଇଥିବା ସଫେଇ ଅଭିଯାନରେ ଯୋଗଦେଇ କହିଛନ୍ତି, “ଚାରିଆଡ଼େ ସ୍ୱଚ୍ଛତାର ଆବଶ୍ୟକତା ରହିଛି। ଆମେ ଚାହୁଁଛୁ ଆମ ଦେଶ ସାରା ପୃଥିବୀ ପାଇଁ ସ୍ୱଚ୍ଛତାର ଏକ ପ୍ରତୀକ ହେଉ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଏହି କାର୍ଯ୍ୟକ୍ରମ କରୁଛୁ।” ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରତ ସରକାର ସ୍ୱଚ୍ଛତା ପକ୍ଷ ଅଭିଯାନ ଆରମ୍ଭ କରିଛନ୍ତି। ‘ସ୍ୱଚ୍ଛତା ହିଁ ସେବା’ ଭଳି ମନ୍ତ୍ରକୁ ଆଧାରକରି ଏହି ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ପୋଷ୍ଟାଲ ସର୍କଲର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର କମିଲା ଓଡ଼ିଶାଲାଇଭ୍କୁ କହିଛନ୍ତି, “ସ୍ୱଚ୍ଛତା ପକ୍ଷ ଅବସରରେ ଦୁଇ ଦିନ ହେଲା ଆମେ ସଫେଇ କାର୍ଯ୍ୟକ୍ରମ ପାଳନ କରିଆସୁଛୁ। ସର୍ବସାଧାରଣ ସ୍ଥାନରେ ଆମେ ସଫେଇ କରୁଛୁ। ଏହି କାର୍ଯ୍ୟକ୍ରମ ଆମ ବିଭାଗର କର୍ମଚାରୀମାନଙ୍କୁ ସ୍ୱଚ୍ଛତା ପ୍ରତି ଉତ୍ସାହିତ କରିବ, ଏହା ମୋର ବିଶ୍ୱାସ।” RELATED ARTICLESMORE FROM AUTHOR Bhubaneswar ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଏବଂ ଚାରା ରୋପଣ City ସ୍ୱଚ୍ଛତା, କୋଭିଡ୍ ଲଢ଼େଇ ପାଇଁ ଆର୍ଏମ୍ସି ଦେବ ‘ହିରୋ ଅଫ୍ ରାଉରକେଲା’ ଆୱାର୍ଡ, ନଭେମ୍ବର ୧୫ ଯାଏ ନାମାଙ୍କନ Odisha ଏଣିକି ଷ୍ଟେସନ୍ରେ ଛେପ ପକାଇଲେ, ପରିସ୍ରା କଲେ ଗଣିବେ ତଣ୍ଡ Business ଟ୍ରେନ ଯାତ୍ରୀଙ୍କୁ ମିଳିବ ମନୋରଞ୍ଜନର ସୁବିଧା – ଫିଲ୍ମ ଦେଖିବା ସହ ସଙ୍ଗୀତର ମଜା ନେଇ ପାରିବେ ଯାତ୍ରୀ National ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଚିନ୍ତା: ଦୁର୍ନୀତି, ଆତଙ୍କବାଦ ଓ ସାମ୍ପ୍ରଦାୟିକ ଅସହନଶୀଳତା English CPMG Odisha aims to bring India Post to the doorstep of Customers Media ସ୍ୱଚ୍ଛ ଭାରତ ମିଶନ: କେତେ ସଫଳ? Interview ଲୋକଙ୍କ ଦୁଆର ମୁହଁରେ ଡାକସେବା ପହଞ୍ଚାଇବା ଆମର ଲକ୍ଷ୍ୟ : ସନ୍ତୋଷ କୁମାର କମିଳା, ସିପିଏମ୍ଜି, ଓଡ଼ିଶା ସର୍କଲ୍ CommentCancel reply