ଓଡିଶାଲାଇଭ୍ ବ୍ୟୁରୋ

ଏଣିକି ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇବାକୁ ପଡ଼ିବ ନାହିଁ। କାରଣ ଅନ୍‌ଲାଇନରେ ଅର୍ଡର କଲେ ଘରେ ପହଞ୍ଚିଯିବ ପେଟ୍ରୋଲ ଓ ଡିଜେଲ୍। କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସନ୍ଧ୍ୟାରେ ଏଭଳି ଟ୍ୱିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି।

ଟ୍ୱିଟରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, “ଖୁବଶୀଘ୍ର ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ପେଟ୍ରୋଲ ଓ ଡିଜେଲ। ତେଣୁ ଗାଡିଚାଳକଙ୍କ ଆଉ ପେଟ୍ରୋଲ ପମ୍ପରେ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଅନଲାଇନରେ ଅର୍ଡର କରିବା ମାତ୍ରେ ଘରେ ପେଟ୍ରୋଲ, ଡିଜେଲ ପହଞ୍ଚିଯିବ।”

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ନଗଦ ଟଙ୍କା କାରବାର ହ୍ରାସ କରିବାରେ ବିଶେଷ ସହାୟକ ହେବ। ଡିଜିଟାଲ ପେମେଣ୍ଟ ଜରିଆରେ ପେଟ୍ରୋଲ, ଡିଜେଲ ମୂଲ୍ୟ ପୈଠ କରିହେବ। କେନ୍ଦ୍ରରେ ମୋଦି ସରକାର ନଗଦ ଟଙ୍କା କାରବାର କମାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ସବୁ ସେକ୍ଟର ଡିଜିଟାଲାଇଜେସନ୍‌ କରିବାକୁ ଜୋର୍ ଦେଉଛନ୍ତି। ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ମଧ୍ୟ ଏହି ବ୍ୟବସ୍ଥାକୁ ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆଇଟି ଏବଂ ଟେଲିକମ୍‌ ସେକ୍ଟରରେ ବୈପ୍ଲବିକ ପରିବର୍ତ୍ତନ ଆସିଥିବାରୁ ପେଟ୍ରୋଲ, ଡିଜେଲ ଅନ୍‌ଲାଇନ୍‌ରେ ମିଳିବ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

 

 

LEAVE A REPLY

Please enter your comment!
Please enter your name here