ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ ଏମ୍‌ କୁଦ୍ଦୁସିଙ୍କୁ ମିଳିଲା ଜାମିନ୍। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଲକ୍ଷେ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ କୋର୍ଟ ଜାମିନ୍ ଦେଇଛନ୍ତି।
ଉତ୍ତରପ୍ରଦେଶର ପ୍ରସାଦ ମେଡିକାଲ କଲେଜ ଦୁର୍ନୀତି ମାମଲାରେ କୁଦ୍ଦୁସି ଗିରଫ ହୋଇଥିଲେ। ଦିଲ୍ଲୀ ଗ୍ରେଟର କୈଳାସସ୍ଥିତ ଏନ୍‌/୭ ବାସଭବନରୁ ତାଙ୍କୁ ସିବିଆଇ ୨୦ ତାରିଖରେ ଗିରଫ କରିଥିଲା।
ପ୍ରସାଦ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ଭିତ୍ତିଭୂମି ଅଭାବ ଦର୍ଶାଯାଇ ନୂଆ ଛାତ୍ରଙ୍କ ନାମଲେଖା ଉପରେ ଏମ୍‌ସିଆଇ ରୋକ୍ ଲଗାଇଥିଲା। ତେବେ କଲେଜ କର୍ତ୍ତୃପକ୍ଷ ଏମ୍‌ସିଆଇ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ କୁଦ୍ଦୁସି ମାମଲାର ରାୟ କଲେଜ ସପକ୍ଷରେ କରାଇଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ଆଶ୍ୱାସନା ଦେଇଥିଲେ। ଏଥିପାଇଁ ୧ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା ବୋଲି ସିବିଆଇ ଏଫ୍‌ଆଇଆର୍‌ରେ ଦର୍ଶାଇଛି।

LEAVE A REPLY

Please enter your comment!
Please enter your name here