ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପର୍ଯ୍ୟଟନ ଦିବସକୁ ବୁଧବାର ଓଡ଼ିଶା ପର୍ଯ୍ୟଟନ ବିଭାଗ ବଡ ଜାକଜମକରେ ପାଳନ କରିଛି। ଓଡ଼ିଶା ପର୍ଯ୍ୟଟନକୁ ସମୃଦ୍ଧ କରିଥିବା ଆଦିବାସୀ ନୃତ୍ୟ, ପାଇକ ନୃତ୍ୟ ଓ ପାରମ୍ପରିକ ବାଦ୍ୟର ଝଲକ ରାଜଧାନୀ ରାଜରାସ୍ତାରେ ଦେଖିବାକୁ ମିଳିଛି। ଓଡ଼ିଶାର ପରମ୍ପରା ସମ୍ପର୍କରେ ପର୍ଯ୍ୟଟକଙ୍କୁ ସଚେତନ କରିବା ଲାଗି ପର୍ଯ୍ୟଟନ ବିଭାଗ ତରଫରୁ ଏଭଳି ପଦକ୍ଷେପ ବିଶ୍ୱ ପର୍ଯ୍ୟଟନ ଦିବସରେ ନିଆଯାଇଛି।
ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜନ ହୋଇଥିଲା ବିଶ୍ୱ ପର୍ଯ୍ୟଟନ ଦିବସ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ‘ଟୁରିଜିମ୍ ଓ୍ବାକ’କୁ ଉଦଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମ୍‌ଜି ଏବଂ ରାଜମହଲ ରାସ୍ତାରେ ଓଡ଼ିଶା କଳା, ସଂସ୍କୃତିର ଝଲକ୍ ଦଖିବାକୁ ମିଳିଛି। ଆମ ରାଜ୍ୟର କଳା, ସଂସ୍କୃତି କୌଣସି ଗୁଣରେ କମ୍ ନୁହେଁ ବୋଲି ପର୍ଯ୍ୟଟନ ଦିବସରେ ଏକ ବାର୍ତ୍ତା ଦିଆଯାଇଛି। ଏହାସହ ମନ୍ତ୍ରୀ ଶ୍ରୀ ପଣ୍ଡା ପର୍ଯ୍ୟଟନ ଦିବସ ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବିମାନ୍ଦରଠାରେ ଯାତ୍ରୀମାନଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଛନ୍ତି।
ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ୱର ଏୟାରପୋର୍ଟ ନିକଟରେ ‘ବାଲୁକା କଳା’ ପ୍ରଦର୍ଶନ କରି ପର୍ଯ୍ୟଟନ ଦିବସକୁ ଆହୁରି ଆକର୍ଷଣୀୟ କରିଛନ୍ତି। ସେ ଏହି ବାଲୁକା କଳା ମାଧ୍ୟମରେ ‘ପର୍ଯ୍ୟଟନ କ୍ଷେତ୍ର ହେଉଛି ଓଡ଼ିଶା ବିକାଶର ଏକ ଅବିଛେଦ୍ୟ ଅଙ୍ଗ’ ବୋଲି ଦର୍ଶାଇଛନ୍ତି।
 

LEAVE A REPLY

Please enter your comment!
Please enter your name here