ଓଡିଶାଲାଇଭ୍ ବ୍ୟୁରୋ

ଷ୍ଟିଲ ସିଟି ରାଉରକେଲାରେ ଘଟିଛି ଡବଲ ମର୍ଡର। ବନ୍ଦ ଘରୁ ଉଦ୍ଧାର ହୋଇଛି ୨ ମହିଳାଙ୍କ ମୃତଦେହ। ମୃତ ମହିଳା ଦୁଇଜଣ ହେଲେ ଇଷ୍ଟର ଲେଙ୍କା ଓ ମଧୁସ୍ମିତା ସାହୁ। ଉଭୟ ସମ୍ପର୍କରେ ମାଇଁ, ଭାଣିଜୀ ବୋଲି ଜଣାପଡ଼ିଛି। ତେବେ ଏହି ହତ୍ୟାକାଣ୍ଡ କେଉଁ ପରିପ୍ରେକ୍ଷୀରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
ଦୁର୍ଗାପୂଜା ପୂର୍ବରୁ ରାଉରକେଲାର ଡବଲ ମର୍ଡ଼ରକୁ ନେଇ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିଲେ ମଧ୍ୟ ହତ୍ୟାକାଣ୍ଡ ଉପରୁ ପରଦା ହଟିନି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏମାନଙ୍କୁ କେହି ହତ୍ୟା କରି ପଳାଇଯାଇଥିବା ପୋଲିସ ସନ୍ଦେହ କରୁଛି। ଘର ଭିତରପଟୁ ବନ୍ଦ ରହିଥିବା ବେଳେ ଝରକା ଭଙ୍ଗା ଯାଇଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି।
ରାଉରକେଲା ଛେଣ୍ଡ କଲୋନୀର କଳିଙ୍ଗ ବିହାରର ଡି/୪୮ କ୍ବାର୍ଟର୍ସରେ ଘଟିଛି ଏହି ମର୍ମନ୍ତୁଦ ହତ୍ୟାକାଣ୍ଡ। ଇଷ୍ଟର ଲେଙ୍କା ସ୍ୱାମୀଙ୍କ ମୃତ୍ୟୁ ପରେ ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ବ୍ରଜ ସୁନ୍ଦର ସାହୁଙ୍କ ସହ ଏହି ଘରେ ରହୁଥିଲେ। ତେବେ ହଠାତ ଏହି କ୍ୱାର୍ଟର୍ସରୁ ମୃତଦେହ ମିଳିବା ପରେ ଷ୍ଟିଲ୍‌ ସିଟିରେ ଭୟର ବାତାବରଣ ଦେଖାଦେଇଛି। ମୃତ ଇଷ୍ଟର ଲେଙ୍କା ପେଶାରେ ଶିକ୍ଷୟିତ୍ରୀ ଥିଲେ।

LEAVE A REPLY

Please enter your comment!
Please enter your name here