ଓଡ଼ିଶାଲାଇଭ୍‌ ବ୍ୟୁରୋ

ରକ୍ତରଞ୍ଜିତ ହୋଇଛି ମା’ ମାଣିକେଶ୍ୱରୀଙ୍କ ପୀଠ। ପ୍ରଶାସନର କଟକଣାକୁ ମାନିଲେନି ଶ୍ରଦ୍ଧାଳୁ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଭବାନୀପାଟଣାର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ୱରୀଙ୍କ ପୀଠରେ ପଡିଛି ପଶୁବଳି। ପୋଲିସ ଓ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ମା’ଙ୍କ ପୀଠରେ ଏହି ବଳି ଦିଆଯାଇଛି।
ଭବାନୀପାଟଣା ରାଜପ୍ରାସାଦରେ ପୂଜା ପାଉଛନ୍ତି ମା’ ମାଣିକେଶ୍ୱରୀ। ମୁଣ୍ଡବସାଠାରୁ ଆରମ୍ଭ କରି ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ପୂଜା କରାଯାଇଥାଏ। ଏହି କ୍ରମରେ ବୁଧବାର ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ମଧ୍ୟରାତ୍ରିରେ ମା’ଙ୍କର ଗୁପ୍ତ ପୂଜା ନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ପଶୁବଳି ଦେଇଛନ୍ତି।
ଗୁପ୍ତ ପୂଜା ପରେ ମା’ଙ୍କ ପ୍ରତିମା ‘ଛତର’ ସହରର ପଶ୍ଚିମ ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିକୁ ମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି। ଢୋଲ, ନିଶନ୍‍, ମହୁରୀ, ଘଣ୍ଟ ଓ ଘୁମୁରା ବାଦ୍ୟର ତାଳେତାଳେ ଶ୍ରଦ୍ଧାଳୁମାନେ ଝୁମୁଛନ୍ତି।
ଏହି ଶୋଭାଯାତ୍ରା ଯାଉଥିବାବେଳେ ଶ୍ରଦ୍ଧାଳୁମାନେ ଶହ ଶହ ସଂଖ୍ୟାରେ ବୋଦା, ଛେଳି, କୁକୁଡ଼ା ଆଦି ବଳି ଦେଉଛନ୍ତି। ଫଳରେ ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ରକ୍ତରଞ୍ଜିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here