ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ବିନା ଭକ୍ତରେ ହେବ କଳାହାଣ୍ଡି ପ୍ରସିଦ୍ଧ ଛତର ଯାତ୍ରା। କୋଭିଡ କଟକଣା ପାଇଁ ଏଥର ଭକ୍ତଶୂନ୍ୟ ରହିବ ଯାତ୍ରା। ବୁଧବାର ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭିଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି।

ପୂଜାରେ ଆବଶ୍ୟକ ପଡ଼ୁଥିବା ଲୋକେ ହିଁ ଛତର ଯାତ୍ରାରେ ସାମିଲ ହେବେ। ଏଥିସହ ଗୋଟିଏ ଦିନ ପୂର୍ବରୁ ଭବନୀପାଟନା ସହରକୁ ସିଲ୍ କରାଯିବ। ଛତର ଯାତ୍ରା ପାଇଁ ବାହାରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଲାଗୁ କରାଯିବ ବୋଲି ସୂଚନା ମିଳିଛି।କଟକଣା ସମୟରେ ଲୋକମାନଙ୍କୁ କେବଳ ଅତ୍ୟାବଶକୀୟ ସାମଗ୍ରୀ ଆଣିବା ପାଇଁ ଅନୁମତି ଦିଆଯିବ। ସେହିପରି ପୂର୍ବପରି ପଶୁବଳିକୁ ଛତର ଯାତ୍ରାରେ ବାରଣ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାତ୍ରାରେ ପଶୁବଳି ଦିଆଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି।ଅକ୍ଟୋବର ୨୪ରେ ଅନୁଷ୍ଠିତ ହେବ କଳାହାଣ୍ଡି ପ୍ରସିଦ୍ଧ ଏହି ଛତର ଯାତ୍ରା।

Comment