ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇ ବୁଢୀ ଓ ନାତୁଣୀ ଉପରେ ଟ୍ରେନ ଚଢିଯିବା ଭଳି  ଦୁଃଖଦାୟକ ଘଟଣା ଘଟିଛି। ରବିବାର ଦିନ ଭୁବନେଶ୍ୱର  ଉପକଣ୍ଠରେ ଏହି ଦୁର୍ଘଟଣା ଘଟିଥିଲା। ଜିଆରପିର ସୂଚନା ଅନୁସାରେ ରେଳ ଲାଇନ ଡେଇଁ ଯାଉଥିବା ବେଳେ ଏହି ଘଟଣା ଘଟିଛି।
ପଚାଶ ବର୍ଷୀୟ ଆଇ ଓ ନାତୁଣୀ ଟ୍ରେନ ଆସିବାର କିଛି ମୁହୂର୍ତ୍ତ ପୁର୍ବରୁ ରେଳ ଲାଇନର ଏପଟରୁ ସେପଟକୁ ଯାଉଥିବା ସମୟରେ ଟ୍ରେନ ସେମାନଙ୍କ ଉପରେ ଚଢିଯାଇଥିଲା। ପଟିଆ ରେଳଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି। ଆଇ ଓ ନାତୁଣୀ ହିନ୍ଦୋଳର ଏବଂ ସେମାନେ ଭୁବନେଶ୍ୱର ଆସିଥିଲେ। ଗୋଟିଏ ପରିବାରର ପାଞ୍ଚ  ସଦସ୍ୟ ରେଳଧାରଣା ପାରି ହୋଇଯାଉଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ପାରି ହୋଇ ଯାଇଥିଲେ କିନ୍ତୁ ଆଇ ନାତୁଣୀ ମଝିରେ ଅଟକି ରହିଥିଲେ ଓ ଏକ୍ସପ୍ରେସ ଟ୍ରେନଟି ଉଭୟଙ୍କୁ ଥୋଡା଼ ବାଟ ଘୋସାଡ଼ି ନେଇ ଯାଇଥିଲା।
ଦୁର୍ଘଟଣା ପରେ ରେଳବାଇ ପୋଲିସ ପକ୍ଷରୁ  ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିଲା। ମଞ୍ଚେଶ୍ୱର ଷ୍ଟେସନ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comment