ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୪୮ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୨ତମ ଜୟନ୍ତୀକୁ ଦେଶବାସୀ ମନେ ପକାଉଛନ୍ତି। ଗାନ୍ଧିଜୀଙ୍କ ଅହଂସା ଆନ୍ଦୋଳନ ଏବଂ ଶାସ୍ତ୍ରୀଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୯୬୫ରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧକୁ ସ୍ମରଣ କରିଛନ୍ତି ଲୋକେ। ଏହି ଦୁଇ ମହାନାୟକଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପି ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଦିଲ୍ଲୀ ରାଜଘାଟସ୍ଥିତ ଗାନ୍ଧିଜୀଙ୍କ ସମାଧିସ୍ଥଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ସେହିପରି ଦିଲ୍ଲୀର ବିଜୟଘାଟସ୍ଥିତ ଶାସ୍ତ୍ରୀଙ୍କ ସମାଧି ସ୍ଥଳରେ ଡକ୍ଟର ମନମୋହନ ସିଂହ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଓଡ଼ିଶା ବିଧାନସଭା ପରିସରରେ ଗାନ୍ଧିଜୟନ୍ତୀ ପାଳିତ ହୋଇଛି। ରାଜ୍ୟପାଳ ଡକ୍ଟର ଏସ୍‌.ସି.ଜମିର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Comment