ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାନ୍‌ ସହ ଆଧାର ଲିଙ୍କ୍‌ ବାଧ୍ୟତାମୂଳକ ପରେ ଏବେ ସିବିଏସ୍‌ଇ ପରୀକ୍ଷା ପାଇଁ ଆଧାର ବାଧ୍ୟତାମୂଳକ ହେବ। ସିବିଏସ୍‌ଇରେ ନବମ ଓ ଏକାଦଶ ପରୀକ୍ଷା ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି। ଏନେଇ ସିବିଏସ୍‌ଇ ପକ୍ଷରୁ ୨୬ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଛି। ଏହାଛଡ଼ା ସମସ୍ତ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ ମଧ୍ୟ ସ୍ୱତନ୍ତ୍ର ଭାବେ ପଞ୍ଜିକରଣ କରିବାକୁ କୁହାଯାଇଛି।
ଏ ସମ୍ପର୍କରେ ସିବିଏସ୍‌ଇ ୱେବସାଇଟ୍‌ରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ତେବେ ବିନା ଆଧାର ନମ୍ବରରେ ରେଜିଷ୍ଟ୍ରେସନ ପାଇଁ ଛାତ୍ରଛାତ୍ରୀମାନେ ଆଧାର ଏନ୍‌ରୋଲମେଣ୍ଟ ନମ୍ବର ଦେଇପାରିବେ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୨୦୧୭-୧୮ ବର୍ଷ ପାଇଁ ଏହି ନୂତନ ନିୟମ ଜାରି କରାଯାଇଛି।

Comment