ଓଡିଶାଲାଇଭ୍ ବ୍ୟୁରୋ

ଘୋଷଣା ହୋଇଛି ଚଳିତବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ। ମେଡିସନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ଏହି ୩ ଜଣ ହେଉଛନ୍ତି ଜେଫ୍ରି ହଲ୍‌, ମାଇକେଲ୍‌ ରୋସବସ୍‌, ମାଇକେଲ ୟଙ୍ଗ।
ମାନବ ଶରୀରରେ ଥିବା ବାୟୋଲୋଜିକାଲ କ୍ଲକକୁ ନିୟନ୍ତ୍ରଣ କରୁଥିବା ମଲିକୁଲାର ମେକାନିଜିମ୍‌କୁ ଆବିଷ୍କାର କରିଥିବାରୁ ଏହି ୩ ଜଣ ବୈଜ୍ଞାନିକଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ମିଳିବ।
ଏହି ୩ ବୈଜ୍ଞାନିକ ମନୁଷ୍ୟ, ପଶୁପକ୍ଷୀ, ଉଭିଦ କିଭଳି ପୃଥିବୀର ପରିକ୍ରମଣର ଗତିବେଗ ସହ ଖାପ ଖୁଆଉଛନ୍ତି ତା’ ଉପରେ ନୂଆ ତଥ୍ୟ ଆବିଷ୍କାର କରିଛନ୍ତି। ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବା ପରେ ଆଗାମୀ ଦିନରେ ବିଜ୍ଞାନ, ସାହିତ୍ୟ, ଶାନ୍ତି ପାଇଁ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ।