ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ପୋଲିସ ଡିଜି ତତ୍ପରତା ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଏବଂ ଅମାନବୀୟ ଘଟଣାକୁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍ ଫ୍ଲାଗ୍ କ୍ୟାଟେଗୋରୀରେ ରଖିଛନ୍ତି। ଏହି କ୍ୟାଟେଗୋରୀରେ ଥିବା ମାମଲାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।
ଏହି ଗଣ ଦୁଷ୍କର୍ମ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଏସ୍‌ଏଫ୍‌ ଓ ସିଆର୍‌ପିଏଫ୍‌ ଅଧିକାରୀଙ୍କ ସହ ଆଲୋଚନା ଚାଲିଥିବା ପୋଲିସ ଡିଜି କହିଛନ୍ତି।
ମଙ୍ଗଳବାର ପଟ୍ଟାଙ୍ଗୀ ବ୍ଲକର ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଯବାନଙ୍କ ସଂପୃକ୍ତି ଥିବା ପୀଡିତାର ଭାଇ ଅଭିଯୋଗ କରିଥିଲେ। ହେଲେ ସିଆରପିଏଫ୍ ଡିଜି ରାମ ଚରିତ୍ର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। କହିଥିଲେ ଏଥିରେ ଯବାନଙ୍କ କୌଣସି ସଂପୃକ୍ତି ନାହିଁ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଥିଲେ। ଘଟଣାର ତଦନ୍ତ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here