ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୋଷ ମାନିଛନ୍ତି ରାମରହିମ୍‌ଙ୍କ ଲାଡଲି ହନିପ୍ରୀତ। ୨୫ ତାରିଖରେ ପଞ୍ଚକୁଳାରେ ଘଟିଥିବା ହିଂସାକାଣ୍ଡ ପଛରେ ତାଙ୍କର ହାତ ଥିଲା ବୋଲି ସେ ସ୍ବୀକାର କରିଛନ୍ତି। ପୋଲିସ ଲଗାତାର ତାଙ୍କୁ ପଚରା ଉଚରା କରୁଥିଲେ ହେଁ ସେ କିଛି କହୁ ନଥିଲେ। ତେବେ ହରିୟାଣା ପୋଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ନିକଟରେ ମୁହଁ ଖୋଲିଛନ୍ତି। ହିଂସା ପାଇଁ କରିଥିବା ସମସ୍ତ ଯୋଜନାର ଖୁଲାସା କରିଛନ୍ତି। ହନିପ୍ରୀତଙ୍କ ଗୁପ୍ତ ଡାଏରୀ ଏବଂ ଲାପ୍‌ଟପ୍‌ରେ ଏହି ସମସ୍ତ ଘଟଣାର ତଥ୍ୟ ରହିଥିବା ପୋଲିସ ସୂଚନା ଦେଇଛି।
ରାମରହିମ୍‌ଙ୍କ ଅଗଷ୍ଟ ୨୫ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହାପରେ ପଞ୍ଚକୁଲା ସମେତ ଅନ୍ୟ କେତେକ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ୩୮ ଜଣଙ୍କର ପ୍ରାଣହାନୀ ଘଟିଥିଲା। ଏହି ହିଂସା ଘଟଣାରେ ୯୨୬ ଜଣଙ୍କୁ ଗିରଫ କରାଯାଇଛି। ଏହାପରଠୁ ହନିପ୍ରୀତ ଫେରାର ହୋଇ ଯାଇଥିଲେ। ପରେ ପୋଲିସ ତାଙ୍କୁ ଚଣ୍ଡିଗଡରୁ ଗିରଫ କରି ଜେରା କରୁଛି।

 

LEAVE A REPLY

Please enter your comment!
Please enter your name here