ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ଆରୁଷି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଆରୁଷି ହତ୍ୟା ଏପର୍ଯ୍ୟନ୍ତ ସବୁଠାରୁ ରହସ୍ୟମୟ ଘଟଣା ହୋଇ ରହିଥିଲା।ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟର ରାୟ ଆସିବା ପରେ ବି ପ୍ରଶ୍ନ ଉଠୁଛି ଆରୁଷି ଙ୍କୁ ତାହାଲେ ପ୍ରକୃତରେ କିଏ ମାରିଥିଲା?
ହାଇକୋର୍ଟ ଏହି ମାମଲାରେ ଅଭିଯୁକ୍ତ ହୋଇଥିବା ଓ ଜେଲ ଭୋଗୁଥିବା ତଲୱାର ଦମ୍ପତ୍ତିଙ୍କ ଯୁକ୍ତିକୁ ଗ୍ରହଣ କରି କୋର୍ଟ ତାଙ୍କୁ ଏଥିରୁ ମୁକ୍ତି ଦେଇଛି ସତ ହେଲେ ପ୍ରକୃତ ହତ୍ୟାକାରୀ କିଏ ତାହା ଏବେ ବି ରହସ୍ୟ  ହୋଇ ରହିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ, ଆରୁଷିଙ୍କ ନିଜ ବାପା ମା’ ଅପରାଧୀ ନୁହନ୍ତି। ୯ ବର୍ଷ ତଳେ ୧୬ ମଇ ୨୦୦୮ ରେ ଆରୁଷି ହତ୍ୟା ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ଦୀର୍ଘ ୯ ବର୍ଷ ଧରି ଏହି ହତ୍ୟା କେତେ ଯେ ଚଢ଼ା ଉତୁରାର ସମ୍ମୁଖିନ ହୋଇଛି ତାର ହିସାବ ନାହିଁ। ଘଟଣାର ତଦନ୍ତ ଆରମ୍ଭ ହେଲା ପରେ ତଦନ୍ତକାରୀ ଅଧିକାରୀ ବଦଳୁ ଥିଲେ ଓ ତଦନ୍ତର ସ୍ୱର ଓ ସଂଜ୍ଞା ବି ବଦଳୁ ଥିଲା। ଆଗ ପଛ ହୋଇ ଚାଲିବା ପରେ ଏହି ହତ୍ୟା ମାମଲାରେ ତଲୱାର ଦମ୍ପତି ଜେଲରୁ ମୁକୁଳିବା ପରେ ଆରୁଷି ହତ୍ୟାକାଣ୍ଡର  ରହସ୍ୟ କେବେ ଉନ୍ମୋଚନ ହେବ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here