ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ଥାପନ ହୋଇଛି ପ୍ରଥମ ଆୟୁର୍ବେଦ ସଂସ୍ଥାନ। ଆୟୁର୍ବେଦ ଦିବସରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକାର୍ପିତ କରିଛନ୍ତି। ନୂଆଦିଲ୍ଲୀର ସରିତା ବିହାରଠାରେ ମୋଦି ଏହାର ଉଦଘାଟନ କରିଛନ୍ତି। ଏମ୍‌ସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି।
ଏହି ଆୟୁର୍ବେଦ ସଂସ୍ଥାର ସ୍ଥାପନା ଆୟୁଷ ମନ୍ତ୍ରାଳୟଦ୍ୱାରା କରାଯାଇଛି। ୧୦ ଏକର ଜମିରେ ଏହା ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ୧୫୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ଏହି ସଂସ୍ଥା ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ପ୍ରଣାଳି ମଧ୍ୟରେ ତାଳମେଳ ରକ୍ଷା କରିବ। ୨୦୧୬-୧୭ ଶିକ୍ଷା ବର୍ଷରୁ ପୋଷ୍ଟ-ଗ୍ରାଜୁଏସନ୍ କୋର୍ସ ଆରମ୍ଭ ହେବାକୁ ଥିବା ବେଳେ ୨୦୧୭-୧୮ରେ ପିଏଚଡି ପାଠ୍ୟକ୍ରମ ଆରମ୍ଭ ହେବ।
ନରେନ୍ଦ୍ର ମୋଦି କହିଛନ୍ତି, “ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଆର୍ୟୁବେଦ ମେଡିକାଲ କଲେଜ ଲୋକାର୍ପଣ କରାଯାଇଛି। ଏମ୍‌ସ ଭଳି ଏହି ଆୟୁର୍ବେଦ ମେଡିକାଲ କଲେଜ ମଧ୍ୟ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନ କରିବ। ଆମ ପରମ୍ପରାକୁ ଭୁଲିଯିବା ଠିକ୍ ନୁହେଁ। ପରମ୍ପରାକୁ ଭୁଲିଗଲେ ଦେଶର ବିକାଶ ଅସମ୍ଭବ। ଆମେ ଦୀର୍ଘ ବର୍ଷ ହେଲା ଭାରତୀୟ ପରମ୍ପରାକୁ ଭୁଲିଯାଇଥିଲେ। ଏହାକୁ ଆମେ ଏବେ ମନେପକାଇବା ଆରମ୍ଭ କରିଛୁ।”
ଏହି ମେଡିକାଲ କଲେଜରେ ଏକକାଳୀନ ୨୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।

LEAVE A REPLY

Please enter your comment!
Please enter your name here