ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ୍ ହୋଇଛି ମୟୂରଭଞ୍ଜର ସ୍ଥିତି। ବୁଢ଼ାବଳଙ୍ଗ ନଦୀରେ ବଢ଼ୁଛି ଜଳ ସ୍ତର। ଫଳରେ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ନଈକୂଳିଆ ଗ୍ରାମବାସୀଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବଡ଼ସାହି ଓ ଉଦଳାକୁ ଓଡ଼୍ରାଫ୍ ଟିମ୍‌ ପଠା ଯାଇଛି। ବାରିପଦା ସହରର ୯ ଓ ୧୦ ନମ୍ବର ୱାର୍ଡରୁ ବହୁ ଲୋକ ଘର ଛାଡି ନିରାପଦ ସ୍ଥାନକୁ ଚାଲି ଯାଇଛନ୍ତି। ବଡ଼ସାହି ଓ ଉଦଳା ବ୍ଲକର ୫ଟି ଗାଁ ଏବେ ପାଣିଘେରରେ ରହିଛି।
ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ବାରିପଦା ନିକଟରେ ବୁଢ଼ାବଳଙ୍ଗ ବିପଦ ସଙ୍କେତଠାରୁ ୨ ମିଟର ତଳେ ପ୍ରବାହିତ ହେଉଛି।
ଏପଟେ ବଂଶଧାରା ନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗଜପତି ଜିଲ୍ଲା କାଶୀନଗରଠାରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। କାଶୀନଗରଠାରେ ୫୫.୬୫ ମିଟରରେ ଜଳ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳର ଲୋକ ନିରାପଦ ସ୍ଥାନକୁ ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗତ ଦୁଇ ଦିନର ଲଗାଣ ବର୍ଷାରେ ରାଜ୍ୟର ୮ଟି ଜିଲ୍ଲାର ସ୍ଥିତି ବେହାଲ୍ ହୋଇଯାଇଛି। ଫଳରେ ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଆଜି ସନ୍ଧ୍ୟାରେ ଏସ୍‌ଆର୍‌ସି ନିର୍ଦ୍ଦଶେ ଦେବା ସହ କ୍ଷୟକ୍ଷତିର ରିପୋର୍ଟ ମାଗିଥିଲେ।

 

LEAVE A REPLY

Please enter your comment!
Please enter your name here