ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ବଲାଙ୍ଗୀର ସହର ପାଇଁ ୫୫.୩୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ନବୀନ। ଏହାସହ ନବନିର୍ମିତ ୧୨୫ ଶଯ୍ୟାବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସା ହସ୍ପିଟାଲ, ମାଧିଆପଲ୍ଲୀ ନାଳ ଉପରେ ନିର୍ମିତ ହାଇଲେଭଲ୍‌ ସେତୁ, ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟରେ ନବନିର୍ମିତ ଗୃହ, ସୋନଗଡ଼ ନଦୀ ଉପରେ ନିର୍ମିତ ହାଇଲେଭଲ୍ ବ୍ରିଜ ଉଦଘାଟନ କରିଛନ୍ତି।
ଏହାଛଡ଼ା ଦେଓଗାଁ ବ୍ଲକର ପାଣ୍ଡେଲଠାରେ ପାଣ୍ଡେଲ୍ ଯୋଜ ନାଳ ଉପରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୫.୨୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିପରି ଲୋଇସିହାଂ-ଭରସୁଜା ରାସ୍ତାରେ ଅଙ୍ଗ ନଦୀ ଉପରେ ହାଇଲେଭଲ୍ ବ୍ରିଜ ପାଇଁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୧୬ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

Comment