ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦ୍ବନ୍ଦ୍ବର ଅବସାନ ଘଟିଛି। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ବାଧ୍ୟତାମୂଳକ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି। ପ୍ରେସ୍ ରିଲିଜ ଜାରି କରାଯାଇ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଜୁନ୍‌ ୧ରେ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦଶେ ଦିଆଯାଇଛି।
ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡ୍ରିଂ ସେକେଣ୍ଡ ଆମେଣ୍ଡମେଣ୍ଟ ନେଇ ଜୁନ୍‌ ୧, ୨୦୧୭ ରେ ପ୍ରକାଶିତ ହୋଇଥିବା ଗେଜେଟ୍ ନୋଟିଫିକେସନ୍ ଆଧାରରେ ଆର୍‌ବିଆଇ ଏହି ତଥ୍ୟ ରଖିଛି। ବ୍ୟାଙ୍କଗୁଡ଼ିକ ଅନ୍ୟ ନିର୍ଦ୍ଦଶେକୁ ଅପେକ୍ଷା କରିବା ବଦଳରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆର୍‌ବିଆଇ କହିଛି।
କିଛିଦିନ ଧରି ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ମେସେଜ ଓ କଲ୍ ଆସୁଥିଲା। ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍ କରିବାକୁ କୁହାଯାଉଥିଲା। ଏନେଇ ଆଜି ଆର୍‌ବିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।
 

LEAVE A REPLY

Please enter your comment!
Please enter your name here