ଓଡ଼ିଶାଲାଇଭ୍‌ ବ୍ୟୁରୋ

rbi୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ କରାଯିବ ‘ଡିଜିଟାଲ ଟଙ୍କା’। ସଂସଦରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବା ବେଳେ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ଡିଜିଟାଲ ଟଙ୍କା ପ୍ରଚଳନ ଫଳରେ ଦେଶର ଆର୍ଥିକ ସ୍ଥିତି ଆହୁରି ମଜଭୁତ ହୋଇପାରିବ ବୋଲି ସୀତାରମଣ କହିଛନ୍ତି।‘ଡିଜିଟାଲ ଟଙ୍କା’ ଶୁଭାରମ୍ଭ ହେବା ନେଇ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଙ୍କେତ ଦିଆଯାଇଥିଲା। ଏ ସମ୍ପର୍କରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ବ୍ଲକଚେନ୍‌ ଏବଂ ଉନ୍ନତ ମାନର ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଏହି ‘ଡିଜିଟାଲ ଟଙ୍କା’ ପ୍ରସ୍ତୁତ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏହା ଦଶମ ବଜେଟ୍ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଚତୁର୍ଥ ଥର ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ୨୦୧୯ରେ ସେ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ।

Comment