(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ପୁଣିଥରେ କାଳିଆର ହୋଇଛି ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ। ଦୁଇ ଦିନ ତଳେ କାଳିଆର ଚେତା ଫେରିବା ପରେ ଏହି ଅପରେସନ୍‌ ହୋଇଥିବା ଏମ୍‌ସ ତରଫରୁ ସୂଚନା ମିଳିଛି। ଏପଟେ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ଜଗା ଡାକ୍ତରଙ୍କ ତତ୍ତ୍ବାବଧାନରେ ସାଧାରଣ ୱାର୍ଡରେ ରହିଛି।

ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ ପରେ କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ-ଜଗାକାଳିଆଙ୍କୁ ଅଲଗା କରାଯାଇଛି। ୧୧ ଘଣ୍ଟାର ଅପରେସନ୍‌ ପରେ ଏମ୍‌ସ ବିଶେଷଜ୍ଞ ଟିମ୍‌ ଏଥିରେ ସଫଳ ହୋଇଥିଲେ। ୭୨ ଘଣ୍ଟାର ଅବଜର୍ଭସେନ୍‌ରେ ରହିବା ପରେ ଉଭୟଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ଜଗା ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କାଳିଆ ମାନ୍ଦା ରହୁଥିଲା। ଏଣୁ ଜଗାକୁ ୩ ଦିନ ହେଲା ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ ଜଗା-କାଳିଆଙ୍କ ଅପରେସନ ଏକ ବିରଳ ଘଟଣା ବୋଲି ଏମ୍‌ସ ଡାକ୍ତରୀ ଟିମ୍‌ ପକ୍ଷରୁ କୁହାଯାଇଛି।

ଏପତେ ଜଗା-କାଳିଆଙ୍କ ଆରୋଗ୍ୟ କାମନା କରି ଓଡିଶାରେ ପୂଜାର୍ଚ୍ଚନା ଚାଲିଛି। ଦୀପଦାନ କରି ବହୁ ଲୋକ ସେମାନଙ୍କ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here