ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‌ ବିଶ୍ୱବିଦ୍ୟାଳୟ ଆଜି ୧୩ତମ ସମାବର୍ତ୍ତନ ଉତ୍ସବ ପାଳନ କରୁଛି। ଏହି ଉତ୍ସବରେ ଉପ-ରାଷ୍ଟପ୍ରତି ଭେଙ୍କିୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର, କିଟ୍‌ ବିଶ୍ୱବିଦ୍ୟାଳୟ ଭିସି ପ୍ରଫେସର ହୃଷିକେଶ ମହାନ୍ତି, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଅଛନ୍ତି।

କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଉଭୟ ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହାପରେ ଉପ-ରାଷ୍ଟ୍ରପତି ସିମ୍ପ୍ଲେକ୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍ ଲିମିଟେଡର ଚେୟାରମ୍ୟାନ ଡକ୍ଟର ବିଥଲ ଦାସ ମୁନ୍ଧ୍ରା, ଭରତିଆ ଚାରିଟେବୁଲ ଟ୍ରଷ୍ଟ ଚେୟାରମ୍ୟାନ୍‌ କ୍ରିଶନଲାଲ ଅଗ୍ରଓ୍ବାଲ ଏବଂ ଶିଳ୍ପୀ ପଦ୍ମବିଭୂଷଣ ଡକ୍ଟର ରଘୁନାଥ ମହାପାତ୍ରଙ୍କୁ ଡି ଲିଟ୍‌ ସମ୍ମାନରେ ସମ୍ମାନିତ କରିଛନ୍ତି। ଏହାସହ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କିଛି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ପ୍ରଦାନ କରିଛନ୍ତି ଉପ-ରାଷ୍ଟ୍ରପତି।

ଏହି ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟର ୪,୮୨୦ ଛାତ୍ରଛାତ୍ରୀଙ୍କୁ ସମ୍ମାନଜନକ ଡିଗ୍ରୀ, ୮୩୭ ଛାତ୍ରଛାତ୍ରୀଙ୍କୁ ମାଷ୍ଟର୍ସ, ୩୬୭୮ ଛାତ୍ରଛାତ୍ରୀଙ୍କୁ ବ୍ୟାଚେଲର୍ସ, ୨୪୦ ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ ଏବଂ ୬୨ ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯିବ।

ପ୍ରତିବର୍ଷ ସମାବର୍ତ୍ତନ ଉତ୍ସବରେ କିଟ୍‌ ବିଶ୍ୱବିଦ୍ୟାଳୟ ପ୍ରଦ୍ୟୁମ୍ନ ବଳ ଗୋଲ୍ଡ ମେଡାଲ, ପିପିଏଲ୍‌ ଗୋଲ୍ଡ ମେଡାଲ, ନନିବାଳା ମୋମୋରିଆଲ୍ ଗୋଲ୍ଡ ମେଡାଲ, ଫାଉଣ୍ଡର୍ସ ଗୋଲ୍ଡ ମେଡାଲ, ଚାନ୍‌ସେଲର୍ସ ଗୋଲ୍ଡ ମେଡାଲ ଏବଂ ଭିସି ସିଲ୍‌ଭର୍‌ ମେଡାଲ ପ୍ରଦାନ କରାଯାଇ ଆସୁଛି।

ଓଡ଼ିଶାଲାଇଭ୍‌ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ଏବଂ ଓଡ଼ିଶାଲାଇଭ୍‌ ୱେବ ଚ୍ୟାନେଲ (www.odisha.live)ରେ ସମାବର୍ତ୍ତନ ଉତ୍ସବର ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି।

Comment