ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣା: ପୂର୍ବତଟ ନୌସେନା ପକ୍ଷରୁ ୪୬ତମ ନୌସେନା ଦିବସ ପାଳିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଶାଖାପାଟଣା ସହରର ରାମକୃଷ୍ଣ ସମୁଦ୍ରକୂଳରେ ଆୟୋଜିତ ହୋଇଯାଇଛି।

୧୯୭୧ ମସିହା ଡିସେମ୍ବର ୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ଶତ୍ରୁଦେଶ ଉପରେ ବିଜୟଲାଭ କରିଥିଲା। ଭାରତୀୟ ନୌସେନା ପାକିସ୍ତାନର କରାଚି ସହର ମଧ୍ୟକୁ ପ୍ରବେଶ କରିବା ସହ ପାକିସ୍ତାନ ସୈନିକମାନଙ୍କୁ ଭାରତର ନୌସେନା ଆଗରେ ହାର ମାନିବା ପାଇଁ ବାଧ୍ୟ କରାଇଥିଲା। ଭାରତୀୟ ନୌସେନାର ଆତ୍ମଘାତୀ ଆକ୍ରମଣରେ ବହୁ ପାକିସ୍ତାନୀ ସୈନିକ ପ୍ରାଣ ହରେଇଥିଲେ ଓ ବଳକା ସୈନିକ ପ୍ରାଣ ଭୟରେ ଦୌଡ଼ି ପଳାଇଥିଲେ।

ଭାରତ ପକ୍ଷରୁ ସ୍ଥଳଭାଗ, ଜଳଭାଗ ଓ ଆକାଶମାର୍ଗରୁ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଥିଲା। ଏହି ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ଭାରତୀୟ ନୌସେନା ସବୁଠାରୁ ଆଗରେ ରହି ନିଜର ଯୁଦ୍ଧ କୌଶଳ ଦ୍ୱାରା ଶତ୍ରୁଦେଶର ଗନ୍ତାଘର କରାଚି ସହରକୁ ନିଜ ଅକ୍ତିଆରକୁ ନେଇଥିଲା। ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ନୌସେନାର ବହୁ ସୈନିକ ସହିଦ୍ ହୋଇଥିଲେ।

ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନୌସେନାର ଯୁଦ୍ଧକୌଶଳ ସମ୍ପର୍କରେ ଜନସାଧରଣଙ୍କୁ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ସାରା ଭାରତର ନୌସେନା ଦିବସ ରୂପେ ଆୟୋଜନ କରାଯାଇଥାଏ। ପୂର୍ବତଟ ନୌସେନାର କର୍ମବୀର  ସିଂ ରାମକୃଷ୍ଣ ସମୁଦ୍ରକୂଳରେ ସହିଦ ଯବାନଙ୍କ  ସ୍ମୃତିରେ ନିର୍ମିତ ଶାନ୍ତିସ୍ତୁପଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବିଶାଖାପାଟଣା ଜିଲାପାଳ ପ୍ରବୀଣ କୁମାର, ସାଂସଦ କେ. ହାରିବାବୁ, ବିଶାଖାପାଟଣା ପୋର୍ଟ ଚେୟାରମେନ ଏମ ଟି କୃଷ୍ଣବାବୁ ପ୍ରମୁଖ ଶାନ୍ତି ସ୍ତୁପରେ ମାଲ୍ୟାପର୍ଣ କରିଥିଲେ। ଏହି ଅବସରରେ ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ।

୨୦୦୦ ଫୁଟ ଆକାଶମାର୍ଗରୁ ଆକାଶ ଛତା ଦ୍ୱାରା ଅବତରଣ, ଦ୍ରୁତଗାମୀ ଯୁଦ୍ଧଜାହାଜରୁ ଆକ୍ରମଣ, ବୁଡ଼ାଜାହାଜ ଦ୍ୱାରା ଆକ୍ରମଣ, ଶତ୍ରୁଦେଶର ଯୁଦ୍ଧଜାହାଜ ଉପରକୁ ଆକ୍ରମଣ ଭଳି ବହୁ ଯୁଦ୍ଧକୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତଟ ନୌସେନା ପକ୍ଷରୁ ୨୪ ଟି ଯୁଦ୍ଧଜାହାଜ, ୧୭ ଟି ଯୁଦ୍ଧବିମାନ ଓ ୩ଟି ବୁଡ଼ାଜାହାଜ ସାମିଲ ହୋଇଥିଲା। ଚଳିତଥର ମୟୁର ହେଲିକପ୍ଟର ଦ୍ୱାରା ପ୍ରଦର୍ଶିତ ଯୁଦ୍ଧ କୌଶଳ ଦର୍ଶକଙ୍କୁ ବହୁତ ଉତ୍ସହିତ କରିଥିଲା। ନୌସେନା ଦିବସ ଉପଲକ୍ଷେ ପୂର୍ବତଟ ନୌସେନା ପକ୍ଷରୁ ବିଶାଖାପାଟଣା ସହରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Comment