ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏବଂ ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପସନ୍ ପାର୍ଟି। ଦିଲ୍ଲୀ ରିସେପସନ୍ ପାର୍ଟି କେବଳ ବିରାଟ-ଅନୁଷ୍କାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ଆୟୋଜନ ହେଉଥିବା ବେଳେ ମୁମ୍ବାଇ ରିସେପସନ୍ ପାର୍ଟିରେ କ୍ରିକେଟ ଏବଂ ବଲିଉଡ ତାରକା ଯୋଗଦେବେ।
ଇଟାଲୀର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିବା ପରେ ବିରାଟ-ଅନୁଷ୍କାଙ୍କ ରିସେପସନ୍ ଉପରେ ସମସ୍ତଙ୍କ ନଜର ରହିଛି। କୁହାଯାଉଛି ବିରାଟ – ଅନୁଷ୍କା ଦିଲ୍ଲୀ ଏବଂ ମୁମ୍ବାଇରେ ଦୁଇଟି ଗ୍ରାଣ୍ଡ ରିସେପସନ୍ ପାର୍ଟି ଆୟୋଜନ କରୁଛନ୍ତି। ଡିସେମ୍ବର ୨୧ରେ ଦିଲ୍ଲୀରେ ରିସେପସନ୍ ରଖାଯାଇଥିବା ବେଳେ ୨୬ରେ ମୁମ୍ବାଇରେ ହେବ ରିସେପସନ୍।
ଦିଲ୍ଲୀରେ ହେବାକୁ ଥିବା ରିସେପସନ୍ ପାର୍ଟିରେ କେବଳ ପରିବାରବର୍ଗ ଏବଂ ସମ୍ପର୍କୀୟ ଯୋଗଦେବେ। ଏଥିପାଇଁ ଦିଲ୍ଲୀର ତାଜ ଡିପ୍ଲୋମାଟିକ୍ ଏନକ୍ଲେଭ୍ ବୁକିଂ କରାଯାଇଛି। ଏହି ଏନକ୍ଲେବ ହେଉଛି ୫ ତାରକା ବିଶିଷ୍ଟ ହୋଟେଲ୍। ଏହି ହୋଟେଲରେ ଦୁଇଟି ରୁମ୍ ଅଛି, ଯେଉଁଥିରେ ଏକକାଳୀନ ୫୦୦ରୁ ୧୦୦୦ ଲୋକ ଏକାଠି ବସିପାରିବେ। ଏହାସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ମୁମତାଜ, ଜାହାଙ୍ଗୀର, ରୋସନାରା, ସିସ୍ ମହଲ ଏବଂ ଜହାନାରା ଭଳି ହଲ୍ ରହିଛି। ଫିଟନେସ୍ ସେଣ୍ଟର, ଆଉଟଡୋର ସୁଇମିଂପୁଲ୍, ଯୋଗ ଅଭ୍ୟାସ ପାଇଁ ସୁବିଧା ରହିଛି। ଏହି ହୋଟେଲରେ ଇଣ୍ଡିଆନ୍, ୟୁରୋପିଆନ୍ ଏବଂ ଚାଇନିଜ୍ ଖାଦ୍ୟ ଆଦିର ସୁବିଧା ରହିଛି।
ଡିସେମ୍ବର ୨୬ରେ ମୁମ୍ବାଇରେ ଆୟୋଜନ ହେବ ଆଉ ଏକ ଗ୍ରାଣ୍ଡ ପାର୍ଟି। ଏହି ପାର୍ଟିକୁ କ୍ରିକେଟ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀର ବଛାବଛା କଳାକାରଙ୍କୁ ଆମନ୍ତ୍ରିତ କରାଯିବ। ବଲିଉଡର ଅମିତାଭ ବଚ୍ଚନ, ଶହାରୁଖ ଖାନ୍, ସଲମନ୍ ଖାନ୍, ଆଦିତ୍ୟ ଚୋପ୍ରା, ରାଣୀ ମୁଖାର୍ଜୀଙ୍କ ଭଳି ଆଗଧାଡ଼ିର ସେଲିବ୍ରିଟିଙ୍କୁ ଆମନ୍ତ୍ରିତ କରାଯିବ। ସେହିପରି କ୍ରିକେଟର ସଚିନ୍ ତେନ୍ଦୁଲକର, ହରଭଜନ ସିଂ, ଯୁବରାଜ ସିଂଙ୍କ ଭଳି କ୍ରିକେଟ ତାରକା ଆସିବାର କାର୍ଯ୍ୟକ୍ରମ ରହିଛି।








ଦିଲ୍ଲୀ ଏବଂ ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପସନ୍ ପାର୍ଟି। ଦିଲ୍ଲୀ ରିସେପସନ୍ ପାର୍ଟି କେବଳ ବିରାଟ-ଅନୁଷ୍କାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପାଇଁ ଆୟୋଜନ ହେଉଥିବା ବେଳେ ମୁମ୍ବାଇ ରିସେପସନ୍ ପାର୍ଟିରେ କ୍ରିକେଟ ଏବଂ ବଲିଉଡ ତାରକା ଯୋଗଦେବେ।





