ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଟାଲିର ଟସ୍କିନ୍ ସହରରେ ସିକ୍ରେଟ ବିବାହ କରିବା ପରେ ହନିମୁନରେ ରୋମ୍‌ ଯାଇଛନ୍ତି ବିରାଟ – ଅନୁଷ୍କା। ଆସନ୍ତା ସପ୍ତାହରେ ଉଭୟ ଭାରତ ଫେରିବେ। ଡିସେମ୍ବର ୨୧ ଓ ୨୬ ତାରିଖରେ ହେବାକୁ ଥିବା ରିସେପସନ୍‌ ପାର୍ଟିରେ ସାମିଲ୍‌ ହେବେ।

ଇଟାଲିର ଟସ୍କିନରେ ସିକ୍ରେଟ ବିବାହ କରିଥିବା ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏବେ ରୋମ୍‌ ଯାଇଛନ୍ତି। ବାହାଘର ପରେ ସେଠାରେ ଉଭୟ ମଉଜ କରୁଥିବା ଜଣାପଡ଼ିଛି। ଆସନ୍ତା ସପ୍ତାହରେ ବିରାଟ-ଅନୁଷ୍କା ଭାରତ ଫେରିବେ। ଦିଲ୍ଲୀ ଏବଂ ମୁମ୍ବାଇରେ ହେବାକୁ ଥିବା ଗ୍ରାଣ୍ଡ ରିସେପସନ୍ ପାର୍ଟିରେ ଯୋଗଦେବେ।

ବିରାଟ-ଅନୁଷ୍କା ରୋମ୍‌ ଯାଇଥିବା ବେଳେ ଗୁରୁବାର ଅନୁଷ୍କାଙ୍କ ପରିବାର ଭାରତ ଫେରି ଆସିଛନ୍ତି। ଅନୁଷ୍କାଙ୍କ ବାପା ଅଜୟ କୁମାର ଶର୍ମା, ମାଆ ଅସୀମା ଏବଂ ଭାଇ କର୍ଣ୍ଣେସ ଶର୍ମାଙ୍କୁ ଗୁରୁବାର ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି। ଲଗେଜ୍ ଧରି ସେମାନେ ଘରକୁ ଫେରିଛନ୍ତି।

ଡିସେମ୍ବର ୧୧ ତାରିଖରେ ବିରାଟ – ଅନୁଷ୍କା ଇଟାଲିରେ ବିବାହ କରିଛନ୍ତି। ୪ ବର୍ଷ ଧରି ଡେଟିଂ କରିବା ପରେ ଉଭୟ ସାତ ଜନ୍ମର ସାଥୀ ପାଲଟିଛନ୍ତି। ଏହି ସେଲିବ୍ରିଟିଙ୍କ ବାହାଘର ସମ୍ପର୍କରେ ତାଙ୍କ ଫ୍ୟାନ୍‌ମାନେ କିଛି ସୁରାକ୍ ପାଇ ନଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧି ବି ଟେର୍ ପାଇ ନଥିଲେ। ଶେଷରେ ବିରାଟ – ଅନୁଷ୍କା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ବାହାଘରକୁ ସ୍ୱୀକାର କରିଥିଲେ।

ବାହାଘର ପରେ ବିରାଟ – ଅନୁଷ୍କା ହନିମୁନ୍‌ରେ ରୋମ୍ ଯାଇଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଫେରି ଆସିବେ ବୋଲି ସୂଚନା ମିଳିଛି।

ଡିସେମ୍ବର ୨୧ରେ ଦିଲ୍ଲୀରେ ଗ୍ରାଣ୍ଡ ରିସେପସନ୍‌ ପାର୍ଟ ରଖାଯାଇଛି। ଏହି ରିସେପସନରେ କେବଳ ଉଭଭ ପରିବାରର ସଦସ୍ୟ ସାମିଲ୍‌ ହେବେ। ଡିସେମ୍ବର ୨୬ରେ ମୁମ୍ବାଇରେ ହେବାକୁ ଥିବା ରିସେପସନ୍‌ରେ ବଲିଉଡ ଏବଂ କ୍ରିକେଟ ତାରକା ସାମିଲ୍‌ ହେବାର କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇ ରିସେପସନ୍‌ରେ ସଚିନ୍ ତେନ୍ଦୁଲକର, ଯୁବରାଜ ସିଂ, ହରଭଜନ ସିଂ, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ ସାମିଲ୍‌ ହେବେ। ସେହିପରି ବଲିଉଡର ଆଦିତ୍ୟ ଚୋପ୍ରା, ରାନୀ ମୁଖାର୍ଜୀ, ଅମିତାଭ ବଚ୍ଚନ, ଶାହାରୁଖ ଖାନ୍ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here