ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟର୍ ସ୍ୱାମୀ ବିରାଟ କୋହଲିଙ୍କ ସହ ଭାଲେଣ୍ଟାଇନ୍‌ ଡେ ପାଳିବେନି ଅଭିନେତ୍ରୀ ଅନୁଷ୍କା ଶର୍ମା।

ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ପାଳିବେନି ଭାଲେଣ୍ଟାଇନ୍ ଡେ। କାରଣ ଭାଲେଣ୍ଟାଇନ୍ ଡେରେ ଅନୁଷ୍କା ତାଙ୍କର ଅପ୍‌କମିଂ ଫିଲ୍ମ ‘ସୁଇ ଧାଗା’ ସୁଟିଂରେ ବ୍ୟସ୍ତ ରହିବେ। ଭାଲେଣ୍ଟାଇନ୍‌ ଡେରେ ଅନୁଷ୍କା ଫିଲ୍ମର ହିରୋ ବରୁଣ ଧାବନଙ୍କ ସହ ସେଲିବ୍ରେସନ୍ କରିବେ।

ଅନୁଷ୍କା-ବିରାଟ ଡିସେମ୍ବର ମାସରେ ଇଟାଲିର ଟସ୍କିନ୍ ସହରରେ ଚୁପଚାପ ବିବାହ କରିଥିଲେ। ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ସେଲିବ୍ରିଟି ରିସେପସନ୍ ଆୟୋଜନ କରିଥିଲେ।

ଫିଲ୍ମ ସୁଇ ଥାଗା ପାଇଁ ଅନୁଷ୍କା ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁଟିଂ ସେଟ୍‌କୁ ଯିବା ପାଇଁ ନିଜକୁ ଫିଟ୍ କରୁଛନ୍ତି। କିଛିଦିନ ତଳେ ସୁଇ ଧାଗା ଫିଲ୍ମର ଏକ ଫଟୋ ଅନୁଷ୍କା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ସେ ଛୁଞ୍ଚି ଧରି ସିଲେଇ କରୁଥିବା ଦେଖିବାକୁ ମିଳିଥିଲା।

ଆଉ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଅନୁଷ୍କା ବିନା ମେକଅପ୍‌ରେ ଏକ ସୂତା ଲଗୁା ପିନ୍ଧି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ସୁଇ ଧାଗା ଫିଲ୍ମର ନିର୍ଦ୍ଦେଶକ ସରତ କଟାରିୟା ରହିଥିବା ବେଳେ ଆଦିତ୍ୟ ଚୋପ୍ରା ଏବଂ ମନିଷ ଶର୍ମା ଫିଲ୍ମ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୨୮ରେ ପରଦାକୁ ଆସିବ।

ବିରାଟ-ଅନୁଷ୍କାଙ୍କ ମଧ୍ୟରେ କିଛି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ପ୍ରେମିକ-ପ୍ରେମିକାରୁ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସାତ ଜନ୍ମର ସାଥୀ ହୋଇଥିଲେ ଏହି ସେଲିବ୍ରିଟି। ବାହାଘରର ପ୍ରଥମ ଭାଲେଣ୍ଟାଇନ୍‌ ଡେ ଏମାନେ ନିଆରା ଢଙ୍ଗରେ ପାଳିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚା ଏବେ ଥଣ୍ଡା ପଡ଼ି ଯାଇଛି।

Comment