ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୭ରେ ଗୋଲାପ ଦିବସ ମନେଇବା ପରେ ଆଜି ପ୍ରେମୀ ଯୁଗଳଙ୍କ ମୁହଁରେ କେବଳ ଗୋଟିଏ ଶବ୍ଦ ‘ଆଇ ଲଭ୍ ୟୁ’। ପରସ୍ପରକୁ ପ୍ରେମ ନିବେଦନ କରିବା ସହ ଭାଲେଣ୍ଟାଇନ୍ ସପ୍ତାହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ।ହୃଦୟର ସେଇ ପ୍ରେମ ଭରା କେଇ ପଦ କଥା କହି ପ୍ରେମୀ ଯୁଗଳମାନେ ଏହି ଦିନଟିକୁ ପାଳନ କରିଥାନ୍ତି। ଗତକାଲି ପ୍ରେମୀ ଯୁଗଳମାନେ ଗୋଲାପ ସହ ରୋଜ ଡେ’ ପାଳନ କରିଥିବା ବେଳେ ଆଜି ସେହି ଗୋଲାପ ଦେଇ ପରସ୍ପରକୁ ପ୍ରେମ ନିବେଦନ କରିବେ। ଆଜିର ଦିନକୁ ପାଳନ କରିବା ପାଇଁ ପ୍ରେମୀ ଯୁଗଳଙ୍କ ଭିତରେ ମଧ୍ୟ ଅଦ୍ଭୁତ ଉତ୍ସୁକତା ଦେଖିବାକୁ ମିଳିଥାଏ। ଗୋଲାପ ସହିତ କିଏ କବିତା ଗାଇ, ତ ଆଉ କିଏ ସୁନ୍ଦର ଉପହାର ଦେଇ ତାଙ୍କ ସାଥୀଙ୍କୁ ପ୍ରପୋଜ କରିଥାନ୍ତି।

ତେବେ କିଛି ପ୍ରେମୀ ତାଙ୍କର ସାଥୀଙ୍କୁ ମନ କଥା କେମିତି କହିବେ ସେନେଇ ଚିନ୍ତାରେ ପଡ଼ି ଯାଆନ୍ତି। ତେବେ ଆପଣ ବି ଯଦି ଏନେଇ ଚିନ୍ତିତ ଆପଣ କିଛି ଉପାୟ ଆପଣେଇ ପାରିବେ।

କେମିତି କରିବେ ପ୍ରେମ ନିବେଦନ?

ଆପଣ ସୋସିଆଲ ମିଡିଆ ହ୍ଵାଟ୍ସଆପ୍‌, ଟୁଇଟର, ଫେସ୍‌ବୁକ, ଇନଷ୍ଟାଗ୍ରାମ ଜରିଆରେ ସାଥୀଙ୍କୁ ପ୍ରେମ ନିବେଦନ କରିପାରିବେ। ଏଥିସହିତ ପ୍ରପୋଜ ଡେ’ର କିଛି ଫଟୋ ଓ ଭିଡଓ ସେୟାର କରି ମଧ୍ୟ ଆପଣ ନିଜର ମନକଥା କହିପାରିବେ। ଏଥିସହିତ ସାଥୀଙ୍କୁ ପ୍ରପୋଜ କରିବା ପାଇଁ କିଛି ଟିପ୍ସର ସାହାଯ୍ୟ ମଧ୍ୟ ନେଇପାରିବେ।

୧. ଆପଣଙ୍କ ପ୍ରେମିକାର ମୋବାଇଲ ଫୋନ ଆଣନ୍ତୁ। ସେହି ମୋବାଇଲରେ ମଧ୍ୟରାତିର ଏକ ଆଲାରମ୍‌ ସେଟ କରନ୍ତୁ। ଏହି ଆଲାରମ୍‌ର ରିଙ୍ଗ୍‌ ଟୋନରେ ଆପଣ ନିଜ ସ୍ୱରରେ ପ୍ରେମ ନିବେଦନକୁ ରଖିନିଅନ୍ତୁ। ଯେତେବେଳେ ରାତିରେ ଆଲାରମ୍‌ ବାଜିବ, ତେବେ ଆପଣଙ୍କ ପ୍ରେମିକା ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ତାହାକୁ ସାରା ଜୀବନ ସେ ଭୁଲି ପାରିବେନି।

୨. ପ୍ରେମିକାର ପସନ୍ଦ ରଙ୍ଗ ଯୁକ୍ତ ଏକ ଟି-ସାର୍ଟରେ ନିଜ ପ୍ରେମିକାର ଫଟୋ ସହ ମନର କଥାକୁ ପ୍ରିଣ୍ଟ୍ କରନ୍ତୁ। ସେହି ସାର୍ଟ ଉପରେ ଜ୍ୟାକେଟ ପିନ୍ଧି ନିଜ ସାଥୀ ସାମ୍ନାକୁ ଯାଆନ୍ତୁ। ପ୍ରେମିକାର ସମ୍ମୁଖରେ ଜ୍ୟାକେଟ ଖୋଲି ତାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତୁ। ଦେଖିବେ ପ୍ରେମିକାର ହୃଦୟ ଜିତିପାରିବେ।

୩. ନିଜ ଡ୍ରିମ ଗର୍ଲକୁ ୟୁ-ଟ୍ୟୁବ ମାଧ୍ୟମରେ ପ୍ରପୋଜ୍‌ କରିପାରିବେ। ନିଜ ସାଥୀଙ୍କୁ ପ୍ରପୋଜ୍ କରିବା ଲାଗି ଗୋଟିଏ ଭିଡିଓ ପ୍ରସ୍ତୁତ କରନ୍ତୁ। ଏହି ଭିଡିଓରେ ନିଜର ମନର କଥା ଲେଖି ୟୁ-ଟ୍ୟୁବରେ ଅପଲୋଡ କରନ୍ତୁ। ଏହା ପରେ ୟୁ-ଟ୍ୟୁବ ଲିଙ୍କ୍‌ ନିଜ ପ୍ରେମିକାକୁ ପଠାନ୍ତୁ। ଦେଖିବେ ଏହି ଭିଡିଓ ଆପଣଙ୍କ ଡ୍ରିମ ଗର୍ଲଙ୍କ ମନକୁ ଛୁଇଁ ପାରିବ।

୪. କାମରେ ବ୍ୟସ୍ତତା କାରଣ ପାଇଁ ନିଜ ସାଥୀଙ୍କ ପାଖରେ ପହଞ୍ଚିପାରୁ ନଥିଲେ ପ୍ରେମ ନିବେଦନ ଥିବା କିଛି ଫଟୋ ଡାଉନ୍‌ଲୋଡ କରି ନିଜ ମନର କଥା ସହ ମେସେଜ୍ କରିଦିଅନ୍ତୁ। ଦେଖିବେ ସାଥୀଙ୍କ ପକ୍ଷରୁ ନିଶ୍ଚୟ ଭଲ ପ୍ରତିକ୍ରିୟା ମିଳିବ।

LEAVE A REPLY

Please enter your comment!
Please enter your name here