ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଲେଣ୍ଟାଇନ୍ସ ୱିକର ଆଜି ଦ୍ଵିତୀୟ ଦିନରେ ପ୍ରେମୀ ଯୁଗଳ ପାଳନ କରୁଛନ୍ତି ପ୍ରପୋଜ ଡେ’।

ଭାଲେଣ୍ଟାଇନ୍ସ ୱିକ ଆରମ୍ଭ ହୋଇଛି। ଫେବ୍ରୁଆରି ୭ରେ ରୋଜ ଡେ’ର ସେଲିବ୍ରେସନ ପରେ ଫେବ୍ରୁଆରି ୮ରେ ପ୍ରପୋଜ ଡେ’ ପାଳନ କରିବାର ସମୟ ଆସିଛି। ଏହି ଭାଲେଣ୍ଟାଇନ୍ସ ସପ୍ତାହରେ ଫେବ୍ରୁଆରି ୮ରେ ପ୍ରେମୀ ଯୁଗଳ ପ୍ରପୋଜ ଡେ’ ପାଳନ କରିଥାନ୍ତି।

ଏହା ପ୍ରେମୀଙ୍କ ପାଇଁ ଏକ ବିଶେଷ ଦିନ ଯେଉଁ ଦିନରେ ସେମାନେ ମନ ଖୋଲି ନିଜ ମନ କଥା ତାଙ୍କ ସାଥୀଙ୍କୁ କହିଥାନ୍ତି।

ଏହି ଦିବସ ପାଳନ କରିବା ପାଇଁ ପ୍ରେମୀ ପୂର୍ବ ପ୍ରସ୍ତୁତ କରିଥାନ୍ତି। ଏହି ଦିନକୁ ଖାସ କରିବା ପାଇଁ ପ୍ରେମୀ ବିଭିନ୍ନ ସଙ୍ଗୀତ, ଉପହାର, ଓ କବିତାର ସାହାଯ୍ୟ ନେଇଥାନ୍ତି। ଏହି ବିଶେଷ ଅବସରରେ ସାଥୀଙ୍କୁ ଉପହାର ଦେଇ ତାଙ୍କ ମନ ଖୁସି କରିବାକୁ ଚେଷ୍ଟା କରିଥାନ୍ତି। ଏହି ଦିନରେ ହୃଦୟର କଥା ଓଠରେ ପ୍ରେମୀଯୁଗଳ ପ୍ରକାଶ କରିବାକୁ ସେମାନେ ଉପଯୁକ୍ତ ବୋଲି ଭାବିଥାନ୍ତି। ତେବେ କିଛି ପ୍ରେମୀ କିପରି ସାଥୀଙ୍କୁ ମନ କଥା କହିବେ ସେନେଇ ଚିନ୍ତାରେ ପଡ଼ି ଯାଆନ୍ତି।

ତେବେ ଆପଣ ବି ଯଦି ଏନେଇ ଚିନ୍ତିତ ଆପଣ ମଧ୍ୟ କିଛି ଉପାୟ ଆପଣେଇ ପାରିବେ। ଯାହାଦ୍ଵାରା ଆପଣ ଆପଣଙ୍କ ମନକଥା ସାଥୀଙ୍କୁ କହିପାରିବେ।

ଆପଣ ସୋସିଆଲ ମିଡିଆ ହ୍ଵାଟ୍‌ସ୍‌ଆପ୍‌, ଟୁଇଟର, ଫେସ୍‌ବୁକ, ଇନଷ୍ଟାଗ୍ରାମ ଜରିଆରେ ସାଥୀଙ୍କୁ ପ୍ରପୋଜ କରି ପାରିବେ। ଏହା ବ୍ୟତୀତ ପ୍ରପୋଜ ଡେ’ର କିଛି ଫଟୋ ଓ ଭିଡଓ ସେୟାର କରି ଆପଣ ପ୍ରପୋଜ କରିପାରିବେ। କିଛି ହୃଦୟ ଛୁଆଁ କଥା କହି ଆପଣ ସାଥୀଙ୍କୁ ପ୍ରପୋଜ କରିପାରିବେ।

କେମିତି କରିବେ ପ୍ରପୋଜ?

୧. ଆପଣଙ୍କ ପ୍ରେମିକାର ମୋବାଇଲ ଫୋନ ଆଣନ୍ତୁ। ସେହି ମୋବାଇଲରେ ମଧ୍ୟରାତିର ଏକ ଆଲାରମ୍‌ ସେଟ କରନ୍ତୁ। ଏହି ଆଲାରମ୍‌ର ରିଙ୍ଗ୍‌ ଟୋନରେ ଆପଣ ନିଜ ସ୍ୱରରେ ଏକ ଭଏସ ମେସେଜ ରଖନ୍ତୁ। ଏହି ଭଏସ ମେସେଜ ନିଜର ଫିଲିଙ୍ଗସ୍‌କୁ କହି ଆଲାରମ୍‌ ସେଟ କରନ୍ତୁ। ଯେତେବେଳେ ରାତିରେ ଆଲାରମ୍‌ ବାଜିବ, ତେବେ ଆପଣଙ୍କ ପ୍ରେମିକା ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ତାହାକୁ ସାରା ଜୀବନ ଭୁଲି ପାରିବେନି।

୨. ପ୍ରେମିକାର ପସନ୍ଦ ରଙ୍ଗ ଯୁକ୍ତ ଏକ ଟି ସର୍ଟରେ ନିଜ ପ୍ରେମିକାର ଫଟୋ ସହ ମନର କଥାକୁ ପ୍ରିଣ୍ଟ୍ କରନ୍ତୁ। ସେହି ସାର୍ଟ ଉପରେ ଜ୍ୟାକେଟ ପିନ୍ଧି ନିଜ ସାଥୀ ସାମ୍ନାକୁ ଯାଆନ୍ତୁ। ପ୍ରେମିକାର ସମ୍ମୁଖରେ ଜ୍ୟାକେଟ ଖୋଲି ତାଙ୍କୁ ସର୍‌ପ୍ରାଇଜ୍‌ ଦିଅନ୍ତୁ। ଦେଖିବେ ପ୍ରେମିକାର ହୃଦୟ ଜିତିପାରିବେ।

୩. ନିଜ ଡ୍ରିମ ଗର୍ଲକୁ ୟୁ-ଟ୍ୟୁବ ମାଧ୍ୟମରେ ପ୍ରପୋଜ୍‌ କରିପାରିବେ। ନିଜ ସାଥୀଙ୍କୁ ପ୍ରପୋଜ୍ କରିବା ଲାଗି ସ୍ପେଶାଲ ଫିଲ୍ ସହିତ ଏକ ଭିଡିଓ ପ୍ରସ୍ତୁତ କରନ୍ତୁ। ଏହି ଭିଡିଓରେ ନିଜର ମନର କଥା ଲେଖି ୟୁ-ଟ୍ୟୁବରେ ଅପଲୋଡ କରନ୍ତୁ। ଏହା ପରେ ୟୁ-ଟ୍ୟୁବ ଲିଙ୍କ୍‌ ନିଜ ପ୍ରେମିକାକୁ ପଠାନ୍ତୁ। ଦେଖିବେ ଏହି ଭିଡିଓ ଡ୍ରିମ ଗର୍ଲଙ୍କ ମନକୁ ଛୁଇଁ ପାରିବ।

୪. କାମରେ ବ୍ୟସ୍ତତା କାରଣ ପାଇଁ ନିଜ ସାଥୀଙ୍କ ପାଖରେ ପହଞ୍ଚିପାରୁ ନଥିଲେ ପ୍ରେମ ନିବେଦନ ଥିବା କିଛି ଫଟୋ ଡାଉନ୍‌ଲୋଡ କରି ନିଜ ମନର କଥା ସହ ମେସେଜ୍ କରିଦିଅନ୍ତୁ। ଦେଖିବେ ସାଥୀଙ୍କ ପକ୍ଷରୁ ନିଶ୍ଚୟ ଭଲ ପ୍ରତିକ୍ରିୟା ମିଳିବ।

Comment