ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଅଭିନେତା ଅନୁଭବଙ୍କ ପ୍ରଥମ ଫିଲ୍ମ ‘ଆଇ ଲଭ୍ ୟୁ’ ଆପଣ ନିଶ୍ଚୟ ଦେଖିଥିବେ। ଯେଉଁଥିରେ ଏକ ନିଷ୍ଠୁର ପ୍ରେମ କାହାଣୀକୁ ଅତି ଚତ୍ମକାର ଭାବେ ଚିତ୍ରଣ କରାଯାଇଥିଲା। ତେବେ ଆପଣ ଜାଣିଛନ୍ତି କି, ଏହି ଫିଲ୍ମର କାହାଣୀ ଅନ୍ୟ କେଉଁ ଫିଲ୍ମର ରିମେକ୍ ବୋଲି….

ଓଡ଼ିଆ ଫିଲ୍ମ ‘ଆଇ ଲଭ ୟୁ’ ୨୦୦୪ ମସିହାରେ ନିର୍ମାଣ କରାଯାଇଥିଲା। ଯାହାକୁ ଦର୍ଶକମାନେ ଢେର ସାରା ପ୍ରଂଶସା କରିଥିଲେ। ହେଲେ ଏହାପୂର୍ବରୁ ୧୯୯୯ ମସିହାରେ ସେଇ ସମାନ କାହାଣୀକୁ ନେଇ ତାମିଲ ଭାଷାରେ ପ୍ରଥମ ଥର ପାଇଁ ଫିଲ୍ମ ନିର୍ମାଣ ହୋଇଥିଲା। ଯାହାର ନାଁ ଥିଲା ଥୁଲାଧା ମନ୍ନମ୍ମ ଥୁଲୁମ୍ (Thulladha Manamum Thullum)।ଏହି ଫିଲ୍ମରେ ସାଉଥଷ୍ଟାର ବିଜୟଙ୍କ ସହ ଅଭିନେତ୍ରୀ ସିମରନ ନଜର ଆସିଥିଲେ। ସେ ସମୟରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହା ସୁପରହିଟ୍ ସାବ୍ୟସ୍ତ ମଧ୍ୟ ହୋଇଥିଲା। ଯେଉଁ କାରଣରୁ ଏହାକୁ ଦୁଇଥର ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର ମିଳିଥିଲା।

ଏହାପରେ ସେହି ସମାନ କାହାଣୀକୁ ନେଇ ତେଲୁଗୁ, ବଙ୍ଗଳା, ଭୋଜପୁରୀ, କନ୍ନଡ ଏବଂ ଓଡ଼ିଆ ଭାଷାରେ ଫିଲ୍ମ ନିର୍ମାଣ ହୋଇଥିଲା। ଓଡ଼ିଆ ଭାଷାରେ ନିର୍ମାଣ ହୋଇଥିବା ଫିଲ୍ମର ନାଁ ରଖାଯାଇଥିଲା ‘ଆଇ ଲଭ୍ ୟୁ’। ଯେଉଁଥିରେ ପ୍ରଥମ ଥର ପାଇଁ ନାୟକ ଭାବେ ନଜର ଆସିଥିଲେ ଅନୁଭବ।

ଓଡ଼ିଆ ଭାଷା ସହିତ ତେଲୁଗୁ ଭାଷାରେ ମଧ୍ୟ ଏହି ଫିଲ୍ମ ରିମେକ୍ ହୋଇଥିଲା। ତେଲୁଗୁ ଭାଷାରେ ନିର୍ମାଣ ହୋଇଥିବା ଫିଲ୍ମର ନାଁ ରଖାଯାଇଥିଲା ନଭୁ ଭସ୍ତାଭାନି (Navvu vastavani)। ଏଥିରେ ସାଉଥ ଫିଲ୍ମ ଜଗତର ସୁପରଷ୍ଟାର ନାଗାର୍ଜୁନଙ୍କ ସହ ସିମରନ ଅଭିନୟ କରିଥିଲେ। ଏହା ମଧ୍ୟ ବକ୍ସ ଅଫିସରେ ବ୍ଲକବ୍ଲଷ୍ଟର ମାନ୍ୟତା ପାଇଥିଲା।ସେହିପରି ଏହି କାହାଣୀକୁ ନେଇ ବଙ୍ଗାଳୀ ଭାଷାରେ ସାଥି, କନ୍ନଡ ଭାଷାରେ ଓ ନାନା ନାଲେ (O Nanna Nalle), ତେଲୁଗୁରେ ନଭୁ ଭସ୍ତାଭାନୀ ଏବଂ ଭୋଜପୁରୀ ଭାଷାରେ ପ୍ୟାର୍ ଜବ କେହ୍ନୁ ସେ ହୋ ଜାଲା ନିର୍ମାଣ ହୋଇଥିଲା। ପ୍ରତିଥର ସେହି ସମାନ କାହାଣୀ ହୋଇଥିଲେ ମଧ୍ୟ ଦର୍ଶକମାନେ ଭିନ୍ନ ଭିନ୍ନ ଭାଷାରେ ଏହାକୁ ପସନ୍ଦ କରିଥିଲେ ଏବଂ ବକ୍ସ ଅଫିସରେ ଏହା ସୁପରହିଟ୍ ହୋଇଥିଲା।

Comment