ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। କେହି କାହାକୁ ଆକ୍ଷେପ କରି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିପାରିବେ ନାହିଁ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ଶୁକ୍ରବାର ଏହିଭଳି ତାଗିଦ କରିଛନ୍ତି ହାଇକୋର୍ଟ। ଏହା ସହ କୌଣସି ବିବାଦୀୟ ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଚରିତ୍ରସଂହାର କରୁଥିବା ଅଭିଯୋଗ କରି ବର୍ଷା ହାଇକୋର୍ଟଙ୍କ ଆଶ୍ରୟ ନେବା ସହ ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ପିଟିସନ୍ ଦାଖଲ କରିଥିଲେ। ମାନ୍ୟବର ହାଇକୋର୍ଟ ଏହି ମାମଲାର ଆଜି ଶୁଣାଣି କରି ଉଭୟ ବର୍ଷା ଏବଂ ଅନୁଭବଙ୍କୁ ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ତାଗିଦ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖରେ କରାଯିବ ବୋଲି ଧାର୍ଯ୍ୟ ହୋଇଛି।

ବର୍ତ୍ତମାନ ବର୍ଷା ଏବଂ ଅନୁଭବଙ୍କ ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଇତି ମଧ୍ୟରେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇଚାଲିଥିଲେ। ଏହା ବିରୋଧରେ ପ୍ରଥମେ କଟକ ପୁରୀଘାଟ ଥାନା ପରେ ସାଇବର ଥାନାର ଆଶ୍ରୟ ନେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।

Tags: #HighCourt #BarshaPriyadashini #AnubhabMohanty #CelebrityCouple #Controversy

Comment