ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ଉଭୟଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା ଆରମ୍ଭ ହୋଇଛି।

ସୋମବାର ଦିନ ଅନୁଭବଙ୍କ ବିରୋଧରେ ହୋଇଥିବା ଘରୋଇ ହିଂସା ଅଭିଯୋଗ ମାମଲାରେ ଉଭୟଙ୍କର କାଉନସେଲିଂ ଚାଲିଛି।

ଶୁକ୍ରବାର ଦିନ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ କଟକ ଫ୍ୟାମିଲି କୋର୍ଟ ଖାରଜ କରିଥିବାବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି।

ଗତ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି। କିନ୍ତୁ ୨୦୨୦ ମସିହାରେ ପତ୍ନୀ ବର୍ଷାଙ୍କୁ ଛାତ୍ରପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଇସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ। ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଏହି ମାମଲା କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଫ୍ୟାମିଲି କୋର୍ଟ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରିଥିବାବେଳେ ବର୍ଷାଙ୍କର ଏକାଠି ରହିବାର ଆବେଦନକୁ ମଧ୍ୟ ଖରାଜ କରିଦେଇଛନ୍ତି।

Also Read: ଫ୍ୟାମିଲି କୋର୍ଟରେ ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ

ଗୋଟିଏ ପଟେ କୋର୍ଟଙ୍କ ରାୟକୁ ବର୍ଷା ସ୍ଵାଗତ କରିଥିବାବେଳେ ଅନୁଭବ ମହାନ୍ତି ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବେ ବୋଲି କହିଛନ୍ତି।

Tags: #BarshaPriyadarshini #AnubhavMohanty #CelebrityCouple #DivorceCase #FamilyCourt

LEAVE A REPLY

Please enter your comment!
Please enter your name here