ଓଡ଼ିଶାଲାଇଭ୍ ବ୍ୟୁରୋ

ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲାରେ ପଡ଼ିପାରୁନି ପୂର୍ଣ୍ଣଚ୍ଛେଦ। ଏହି ମାମଲାରେ ମଙ୍ଗଳବାର ଦିନ ବର୍ଷାଙ୍କୁ ନୋଟିସ୍ କରିଛନ୍ତି ଓଡ଼ିଶା ହାଇକୋର୍ଟ।

ଅନୁଭବଙ୍କ ଆବେଦନ ଅନୁସାରେ ବର୍ଷାଙ୍କୁ ନୋଟିସ କରାଯାଇଛି। ଏହା ସହ ରେକର୍ଡ ଦାଖଲ କରିବାକୁ ପରିବାର ଅଦାଲତଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ।

ଏହା ପୂର୍ବରୁ ପରିବାର ଅଦାଲତ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଦେଇଥିଲେ। ତଳ କୋର୍ଟଙ୍କ ରାୟକୁ ଚ୍ୟାହଲେଞ୍ଜ କରି ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Tags: #BarshaPriyadarshini #AnubhavMohanty #CelebrityCouple #DivorceCase #FamilyCourt #OdishaHighcourt

LEAVE A REPLY

Please enter your comment!
Please enter your name here