ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ବିବାହ ବିଚ୍ଛେଦ ମାମଲା। ସୋମବାର ଦିନ ଛାଡ଼ପତ୍ର ମାଲାରେ ବର୍ଷାଙ୍କୁ କଟକ ପରିବାର ଅଦାଲତରେ ଶେଷ ଥର ପାଇଁ ଆଜି ଜେରା କରାଯାଉଛି।

ପରିବାର ଅଦାଲତରେ ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଅନୁଭବ। ଜୁଲାଇ ୩୧ ତାରିଖ ସୁଦ୍ଧା ବର୍ଷାଙ୍କ ବୟାନ ରେକର୍ଡ କରିବା ସହ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ମାମଲାର ଫଇସଲା କରିବାକୁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ।

ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ଛାଡ଼ପାତ୍ର ମାମଲାରେ ବର୍ଷାଙ୍କୁ ଶେଷ ଥର ପାଇଁ ଜେରା କରାଯାଉଛି। ଖୁବ ଶୀଘ୍ର ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ରହିଛି। ଦୀର୍ଘ ଦିନ ହେଲା ବର୍ଷା ଏବଂ ଅନୁଭବଙ୍କ ଛାଡ଼ପତ୍ରକୁ ନେଇ ବିବାଦ ଲାଗିରହିଛି।

Tags: #CelebrityCouple #DivorceCase #BarsaPriyadarshini #AnubhabMohanty #HighCourt #FamilyCourt

LEAVE A REPLY

Please enter your comment!
Please enter your name here