ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ୱିକ୍‌। ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ୍‌ ରୋଜ୍‌ ଡେ’ରେ ଗୋଲାପ ଦିଆନିଆ ହେବେ ପ୍ରେମୀଯୁଗଳ। ଏଥିପାଇଁ ଫୁଲ ବଜାରରେ ବି ଯୁବପିଢ଼ିଙ୍କ ଭିଡ଼। ଭଳିକି ଭଳି ଗୋଲାପ ଉପହାର କରି ଆଜି ସାଥୀଙ୍କୁ ସ୍ପେଶାଲ ଅନୁଭବ କରାଇବେ ସାଥୀ।

ପରସ୍ପରଙ୍କୁ ଗୋଲାପ ଦେବାକୁ ପାଇଁ ଏହି ଦିନଟିକୁ ହିଁ ଉପଯୁକ୍ତ ବୋଲି କହନ୍ତି ପ୍ରେମୀ। ଅନେକଙ୍କ ମତରେ ଗୋଲାପ ଜରିଆରେ ସାଥୀଙ୍କୁ ନିଜର ଭାବନା ଜଣାଇବାର ସୁଯୋଗ ରୋଜ୍‌ ଡେ’ ହିଁ ଦେଇଥାଏ।

କାହିଁକି ପାଳନ କରାଯାଏ ରୋଜ ଡେ’?

ସାଥୀଙ୍କୁ ଗୋଲାପ ଫୁଲ ସହିତ ତୁଳନା କରିବା ପୂର୍ବକ ଏହି ଦିନଟିକୁ ରୋଜ ଡ଼େ’ ଭାବେ ପାଳନ କରାଯାଏ। ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ଫୁଲଟିଏ ଦେଇ ଏହାକୁ ସ୍ମରଣୀୟ କରିଥିାନ୍ତି ପ୍ରେମୀ।

ଫ୍ରେବ୍ରୁଆରି ୧୪ରେ ଭାଲେଣ୍ଟାନ୍ସ ଡେ’ ପାଳିତ ହୋଇଥାଏ, ହେଲେ ତା’ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ୭ରୁ ଆରମ୍ଭ ହୋଇଥାଏ ଭାଲେଣ୍ଟାଇନ୍ସ ଓ୍ୱିକ। ଏହି ଅବସରରେ ପୂରା ସପ୍ତାହକୁ ଖାସ୍‌ କରିବାକୁ ଲାଗି ପଡ଼ନ୍ତି ପ୍ରେମୀ।

Comment