ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଲେଣ୍ଟାଇନ୍ସ ଡେ’କୁ ଆଉ ମାତ୍ର ୨ ଦିନ ରହିଛି। ଫେବ୍ରୁଆରି ୭ ତାରିଖରୁ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ଆରମ୍ଭ ହୋଇଛି। ଏହି ଦିନର ଷଷ୍ଠ ଦିନକୁ ଅର୍ଥାତ୍‌ ଫେବ୍ରୁଆରି ୧୨ ତାରିଖକୁ ହଗ୍‌ ଡେ ଭାବେ ପାଳନ କରାଯାଉଛି। ଭାଲେଣ୍ଟାଇନ୍ସ ଡେ ପାଳନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ବହୁତ୍‌ ଖାସ୍‌ ହୋଇଥାଏ। ଏହି ଦିନରେ ମନରୁ ସବୁ ରାଗ ଅଭିମାନ ଭୁଲି ପ୍ରେମିକ ପ୍ରେମିକା ପରସ୍ପରକୁ ଆଲିଙ୍ଗନ  କରିଥାନ୍ତି।

କେବଳ ପ୍ରେମିକ କିମ୍ବା ପ୍ରେମିକା ନୁହନ୍ତି ଆପଣାର ଲୋକଙ୍କୁ ଆଲିଙ୍ଗନ କଲେ ମନକୁ ଶାନ୍ତି ମିଳିଥାଏ ବୋଲି ମଧ୍ୟ କୁହାଯାଏ। କୌଣସି ସମ୍ପର୍କରେ ଯଦି ମନାନ୍ତର ବା ମତାନ୍ତର ଘଟିଥାଏ ତେବେ ଏଭଳି ସ୍ଥିତିରେ ପରସ୍ପରକୁ ଆଲିଙ୍ଗନ କଲେ ପୁଣି ଥରେ ସମ୍ପର୍କରେ ଭଲା ପାଇବା ଆସିଥାଏ ଓ ଝଗଡ଼ାକୁ ମଧ୍ୟ ଶେଷ କରିଥାଏ ବୋଲି ବିଶ୍ୱାସ ରହିଛି।

ଆଲିଙ୍ଗନ କଲେ ଶରୀରକୁ ବି ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ହୃଦ୍‌ ଜନିତ ରୋଗର ଆଶଙ୍କା କମ୍‌ ରହିଥାଏ। ଏଥିସହ ଆଲିଙ୍ଗନ ଭାବନାକୁ ସକରାତ୍ମକ କରିଥାଏ।

କୋଇ କହେ ଇସେ ଜାଦୁ କୀ ଝପି, କୋଇ କହେ ଇସେ ପ୍ୟାର,ମୌକା ଖୁବ୍‌ସୁରତ୍‌ ହୈ ଆ ଗଲେ ଲଗ୍‌ ଜା ୟାର – ହାପି ହଗ୍‌ ଡେ

 

Comment