ଓଡ଼ିଶାଲାଇଭ୍‍ ବ୍ୟୁରୋ

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଦଲିଲକୁ ମାନି ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ସଂଯୋଗ କରିବା ପାଇଁ ସମୟ ସୀମାକୁ ୩୧ ମାର୍ଚ୍ଚ ଯାଏଁ ବଢ଼ାଇ ଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଦେଇଛନ୍ତି। ଏହି ମଧ୍ୟବର୍ତ୍ତୀକାଳୀନ ରାୟ ଅନୁସାରେ ମୋବାଇଲ ନମ୍ବର ସହିତ ଆଧାର ଲିଙ୍କ ତାରିଖ ମଧ୍ୟ ୩୧ ମାର୍ଚ୍ଚ ଯାଏଁ ବଢ଼େଇ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର ଲିଙ୍କ ପାଇଁ ଡିସେମ୍ବର ୩୧ ତାରିଖ ଶେଷ ଦିନ ରଖାଯାଇଥିଲା। ଆଜି ସୁପ୍ରିମକୋର୍ଟ ରାୟ ଆସିବାର ଦୁଇଦିନ ପୂର୍ବରୁ କେନ୍ଦ୍ର ସରକାର ଛାଏଁଛାଏଁ ଏହି ତାରିଖକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।

ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ କହିଛି ଯେ ଆଧାର କାର୍ଡ ସହିତ ବିଭିନ୍ନ ଜରୁରୀ ତଥ୍ୟକୁ ଯୋଡ଼ିବା ସମ୍ପର୍କିତ ଯେଉଁ ସବୁ ମୌଳିକ ଅଧିକାର ସମ୍ପର୍କିତ ମାମଲା ରହିଛି ସେ ସବୁର ଶୁଣାଣି ଜାନୁଆରୀ ୧୭ରୁ ଆରମ୍ଭ ହେବ। ଏହି ରାୟ ଫଳରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆଧାର ସହିତ ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର ଯୋଡ଼ିବା ପାଇଁ ସରକାର ଯେଉଁ ଅଧିସୂଚନା ଜାରୀ କରିଛନ୍ତି ତାହା ଆଉ ୩ ମାସ ବଳବତ୍ତର ରହିବ।

Comment