ଓଡ଼ିଶାଲାଇଭ୍ ବ୍ୟୁରୋ
ମୋହାଲି ଗ୍ରାଉଣ୍ଡରେ ଡବଲ୍ ସେଞ୍ଚୁରି ମାରିଥିବା ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପୁଣି ରବିବାର ମଇଦାନକୁ ଓହ୍ଲାଉଛି। ଫାଇନାଲ ମ୍ୟାଚରେ ରୋହିତ ଶର୍ମା କିପରି ଖେଳ ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।
ରବିବାର ଭାରତ-ଶ୍ରୀଲଙ୍କା ଫାଇନାଲ୍ ମ୍ୟାଚ। ବିଶାଖାପାଟଣାର ୱାଇ ଏସ୍ ରାଜଶେଖର ରେଡ୍ଡି କ୍ରିକେଟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ଟିମ୍। ତେବେ ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଟିମ୍ ଉପରେ ସମସ୍ତ ନଜର ରହିଛି। ଉଭୟ ଟିମ୍ ୧-୧ରେ ବରାବର ରହିଥିବାରୁ କିଏ ଫାଇନାଲରେ ବିଜୟୀ ହେଉଛି ତାକୁ ହିଁ କ୍ରିକେଟପ୍ରେମୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।
ସବୁଠୁ ବଡ଼ କଥା ହେଉଛି ଟିମ୍ ଇଣ୍ଡିଆର ଅଧିନାୟକ ରହିଥିବା ରୋହିତ ଶର୍ମାଙ୍କକୁ ନେଇ ଚର୍ଚ୍ଚା ହେଉଛି। ରୋହିତ ମୋହାଲି ମ୍ୟାଚରେ ୨୦୮ ରନ୍ କରି ହିରୋ ପାଲଟି ଯାଇଛନ୍ତି। ୧୨ଟି ଛକା ମାରି ଫ୍ୟାନ୍ମାନଙ୍କୁ ଉତ୍ସାହିତ କରିଛନ୍ତି। ଯଦି ରୋହିତ ଫାଇନାଲ ମ୍ୟାଚରେ ପୁଣି ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରନ୍ତି ତାହାଲେ ଟିମ୍ ଇଣ୍ଡିଆର ବିଜୟ ସୁନିଶ୍ଚିତ।
ଡିବିଲିୟର୍ସଙ୍କ ରେକର୍ଡ ଭାଙ୍ଗିବେ କି ରୋହିତ?
ଅଧିକ ଛକା ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଏ ବି ଡିବିଲିୟର୍ସଙ୍କ ନାଁରେ ରହିଛି। ସେ ୨୦୧୫ରେ ୫୮ଟି ଛକା ମାରିଥିଲେ। ରୋହିତ ଆଉ ୧୪ଟି ଛକା ମାରି ପାରିଲେ ଡିବିଲିୟର୍ସଙ୍କ ରେକର୍ଡ ଭାଙ୍ଗି ପାରିବେ। ମୋହାଲି ଗ୍ରାଉଣ୍ଡରେ ସେ ୧୨ଟି ଛକା ମାରିଥିଲେ।
ରୋହିତ ଶର୍ମାଙ୍କ ପାଇଁ ଚାଲେଞ୍ଜ
ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍ ନମ୍ବର-୧ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଏହି ଲକ୍ଷ୍ୟ ଧୁଳିସାତ ହୋଇଛି। ଧର୍ମଶାଳାରେ ହୋଇଥିବା ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆକୁ ପରାଜିତ ହେବାକୁ ପଡ଼ିଥିଲା। ଶ୍ରୀଲଙ୍କା ୭ ୱିକେଟରେ ମ୍ୟାଚ ଜିତିଥିଲା। ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟୀ ହେବା ପରେ ସିରିଜ ୧-୧ରେ ବରାବର ରହିଥିଲା। ଏବେ ଫାଇନାଲ ମ୍ୟାଚ ରୋହିତଙ୍କ ପାଇଁ ଚାଲେଞ୍ଜ ଭାବେ ଛିଡ଼ା ହୋଇଛି। ରୋହିତଙ୍କ ନେତୃତ୍ୱରେ ଯଦି ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବ ତାହାଲେ ଭଲ ସ୍ଥାନରେ ରହିବ।
ବିଶାଖାପାଟଣାରେ ଟିମ୍ ଇଣ୍ଡିଆର ରେକର୍ଡ
ବିଶାଖାପାଟଣାରେ ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୭ଟି ମ୍ୟାଚ ଖେଳିଛି। ୫ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଗୋଟିଏ ମ୍ୟାଚ ହାରିଥିବା ବେଳେ ଆଉ ଗୋଟିଏ ସ୍ଥଗିତ ରଖାଯାଇଥିଲା। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବିଶାଖାପାଟଣାରେ କେବଳ ଗୋଟିଏ ମ୍ୟାଚ ହୋଇଛି। ୨୦୦୭ ଫେବୃୟାରୀ ୧୭ରେ ଶ୍ରୀଲଙ୍କା-ଭାରତ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଭାରତ ୭ଟି ଓ୍ବିକେଟରେ ବିଜୟୀ ହୋଇଥିଲା।








ମୋହାଲି ଗ୍ରାଉଣ୍ଡରେ ଡବଲ୍ ସେଞ୍ଚୁରି ମାରିଥିବା ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପୁଣି ରବିବାର ମଇଦାନକୁ ଓହ୍ଲାଉଛି। ଫାଇନାଲ ମ୍ୟାଚରେ ରୋହିତ ଶର୍ମା କିପରି ଖେଳ ପ୍ରଦର୍ଶନ କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର।









