ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେସ୍‌ବୁକରେ ଲିଙ୍କ୍‌ ହେବ ଆଧାରକାର୍ଡ। ନୂଆ ଆକାଉଣ୍ଟ ଖୋଲୁଥିବା ୟୁସର୍ଜମାନଙ୍କ ପାଇଁ ଫେସ୍‌ବୁକ ଆଣିଛି ନୂଆ ଫିଚର। ୟୁସର୍ଜମାନେ ଆଧାର ନମ୍ବର ବଦଳରେ ଆଧାର କାର୍ଡରେ ରହିଥିବା ନାଁ ଦେବାକୁ ଫିଚରରେ କୁହାଯାଇଛି।

ଫେକ୍‌ ଆକାଉଣ୍ଟଧାରୀଙ୍କ ଉପରେ ଲଗାମ୍ ଲଗାଇବା ପାଇଁ ଫେସ୍‌ବୁକ୍‌ରେ ଆସିଛି ନୂଆ ଫିଚର। ଫେସ୍‌ବୁକ୍‌ରେ ନୂଆ ଆକାଉଣ୍ଟ ଖୋଲିବାକୁ ଚାହୁଁଥିବା ଲୋକେ ଏଣିକି ଏହି ନୂଆ ଫିଚର ଜରିଆରେ ଆଧାରକାର୍ଡ ଲିଙ୍କ୍ କରିବେ। ତେବେ ଫେସ୍‌ବୁକ୍‌ରେ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଆଧାର କାର୍ଡରେ ଥିବା ନାଁ ଫେସ୍‌ବୁକ୍‌ରେ ଦେବାକୁ ପଡ଼ିବ।

ଏହି ନୂଆ ନିୟମ ଭାରତର କିଛି ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି। ଏହାକୁ ବ୍ୟବହାରକାରୀ କେମିତି ଗ୍ରହଣ କରୁଛନ୍ତି ତାହା ଜଣାପଡ଼ିବା ପରେ ଭାରତର ସବୁ ଅଞ୍ଚଳରେ ଏହି ନିୟମ ଫେସବୁକ୍‌ ପକ୍ଷରୁ ଲାଗୁ କରାଯିବ।

ଫେସବୁକ୍‌ରେ କେବଳ ଆଧାରକାର୍ଡରେ ରହିଥିବା ନାଁ ଉଲ୍ଲେଖ କରିବାକୁ କୁହାଯାଉଛି। ଆଧାର ନମ୍ବର ଲିଙ୍କ୍ କରିବା ପାଇଁ କୌଣସି ନିୟମ ନାହିଁ। ଏଣୁ ଆଧାର କାର୍ଡ ଉପରେ କୌଣସି ପ୍ରଭାବ ପଡ଼ିବାର ଆଶଙ୍କା ନାହିଁ ବୋଲି ଫେସ୍‌ବୁକ୍‌ର ଜଣେ ଅଧିକାରୀ କହିଛନ୍ତି।

ଭାରତରେ ବର୍ତ୍ତମାନସୁଦ୍ଧା ୨୪ କୋଟି ଲୋକ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଛନ୍ତି। ଫେସ୍‌ବୁକ୍‌ ବ୍ୟବହାରରେ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି।

Comment