ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହ୍ୱାଟସଆପ୍‌ ବ୍ୟବହାରକାରୀ – ୫୩ କୋଟି
  •  ୟୁଟ୍ୟବ୍‌ – ୪୪.୮
  • ଫେସବୁକ –  ୪୧ କୋଟି
  •  ଇନଷ୍ଟାଗ୍ରାମ- ୨୧ କୋଟି
  • ଟୁଇଟର -୧ କୋଟି ୪୫ ଲକ୍ଷ

ଭାରତରେ କେତେ ଲୋକ ବ୍ୟବହାର କରନ୍ତି କେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ ସେନେଇ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ଏଥରୁ ଦେଶରେ ହ୍ୱାଟସଆପ୍‌ ବ୍ୟବହାରୀକାରୀଙ୍କ ସଂଖ୍ୟା ସର୍ବାଧିକ ଓ ଟୁଇଟର ବ୍ୟବହାରକାରୀଙ୍କ ସଂଖ୍ୟା ସର୍ବନିମ୍ନ ଥିବା ଜଣାଯାଇଛି।

ଭାରତରେ ୫୩ କୋଟି ଲୋକେ ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟସଆପ୍‌ ବ୍ୟବହାର କରୁଥିଲା ବେଳେ ଟୁଇଟର ମାତ୍ର ୧ କୋଟି ୭୫ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି।

ସେହିପରି ୪୪.୮ କୋଟି ଲୋକ ୟୁଟ୍ୟବ୍‌, ୪୧ କୋଟି ଲୋକ ଫେସବୁକ, ୨୧ କୋଟି  ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି।

ସୋସିଆଲ ମିଡିଆ ଜରିଆରେ ଏବେ ଅଧିକ ଅପରାଧ ହେଉଥିବାରୁ ଏଥିରେ ଲଗାମ ଲଗାଇବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ସୋସିଆଲ ମିଡିଆରେ ଅଙ୍କୁଶ ଲଗାଇବାକୁ ଯାଇ ସରକାର ନୂଆ ନିୟମ ଆଣିଛନ୍ତି। ଏନେଇ ଜନସାଧାରଣଙ୍କୁ ସୂଚନା ଦେବା ଅବସରରେ ଭାରତରେ ସୋସିଆଲ ମିଡିଆ ବ୍ୟବହାରକାରଙ୍କ ସଂଖ୍ୟା ସମ୍ପର୍କରେ କହିଛନ୍ତି।

Comment