ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନୟ ଯାଦୁରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ କେବଳ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ନାହାନ୍ତି, ସେମାନଙ୍କ ମାନବିକତା ଓ ଦରଦୀ ହୃଦୟ ଭିନ୍ନ ଏକ ପରିଚୟ ଦେଇଛି। ୨୦୧୭ର ଏଭଳି ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀମାନେ ହେଲେ ରାକକୁମାର ରାଓ, ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, ଭୂମି ପେନ୍ଦେନେକର, କରିନା କପୁର, ଅନୁଷ୍ମା ଶର୍ମା, ଆୟୂଷ୍ମାନ ଖୁରାନା ଓ ସନ୍ନି ଲିଓନୀ।

 ରାଜକୁମାର ରାଓ

ବଲିଉଡ ଅଭିନେତା ରାଜ କୁମାର ରାଓଙ୍କ ବର୍ଷ ଥିଲା ୨୦୧୭। ଏହି ବର୍ଷରେ ସେ ଅନେକ ସଫଳତା ପାଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ଟ୍ରାପ୍‌ଡ’ ଓ ‘ନିୟୁଟନ୍’ ବକ୍ସ ଅଫିସରେ ପାଇଥିଲା ଢ଼େର ସଫଳତା। ଏହି ବର୍ଷ ସେ ଓସ୍କାର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ନିଜକୁ କିପରି ସମାଜରେ ପ୍ରତିଷ୍ଠିତ କରିବାକୁ ହୁଏ ତାହା ରାଜକୁମାରଙ୍କଠାରୁ ଶିଖିବାର ଅଛି।

ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ଉଭୟ ବଲିଉଡ୍ ଓ ହଲିଉଡରେ ନିଜର ଦବଦବା ଜାରି ରଖିଛନ୍ତି।  ସେ ଜଣେ କେବଳ ସଫଳ ଅଭିନେତ୍ରୀ ନୁହନ୍ତି, ବିଭିନ୍ନ ଦେଶର ଅବହେଳିତ ଓ ନିସ୍ପେଷିତ ଶିଶୁଙ୍କ ପାଇଁ ତାଙ୍କ ହୃଦୟରେ ଅଛି ସ୍ବତନ୍ତ୍ର ସ୍ଥାନ। ସେମାନଙ୍କ ପାଇଁ ସେ କାର୍ଯ୍ୟ ଜାରି ରଖଥିବାରୁ ସେ ହୋଇପାରିଛନ୍ତି ୟୁନିସେଫର ଗ୍ଲୋବାଲ୍ ଆମ୍ବାସାଡର।

ଅକ୍ଷୟ କୁମାର

ସମାଜର ବିଭିନ୍ନ ପ୍ରସଙ୍ଗକୁ ନେଇ ତିଆରି ହୋଇଥିବା ଫିଲ୍ମରେ ଅଭିନୟ କରିବାରେ ଅଭିନେତା ଅକ୍ଷୟ କୁମାର ମାହିର୍। ତାଙ୍କ ଦ୍ବାର ପ୍ରସ୍ତୁତ ଫିଲ୍ମ ‘ଟୟଲେଟ୍:  ଏକ ପ୍ରେମ୍ କଥା’ ଗାଁ ଗହଳିର ସାଧାରଣ ଲୋକଙ୍କ ମନରେ ସ୍ବଚ୍ଛତା ସମ୍ପର୍କରେ ସଚେତନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତମାଖୁର ଅପକାରିତାକୁ ନେଇ ତାଙ୍କର ଆଉ ଏକ ଫିଲ୍ମ ‘ପଦ୍ମନ୍’ ଆସୁଛି।

ଭୂମି ପେଡନେକର୍‌

ଧିମ୍ ଲଗାକେ ହମେସାରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଭୂମି ପେଡନେକର୍‌ ଟୟଲେଟ୍: ଏକ ପ୍ରେମ୍ କଥାରେ ଶକ୍ତିଶାଳୀ ଅଭିନୟ ତାଙ୍କ ପାଇଁ ରାତାରାତି ଆଣିଦେଇଥିଲା ସଫଳତା। ପରେ ସେ ‘ଶୁଭ ମଙ୍ଗଳ ସାବଧାନ’ରେ ସୁଯୋଗ ପାଇଥଲେ। ଏହା ବକ୍ସ ଅଫିସରେ ପାଇଥିଲା ଅନେକ ସଫଳତା।

କରିନା କପୁର୍‌

ଚୁଲବୁଲି ନାୟିକା କରିନା କପୁର ଖାନ୍ ବର୍ଭବତୀ ଥବାରୁ ୨୦୧୭ରେ ଫିଲ୍ମ ଦୁନିଆରୁ ଦୂରେଇ ରହିଥଲେ। ହେଲେ ଘରେ ସେ ନିରବରେ ବସି ନଥଲେ। ଗର୍ଭାବସ୍ଥାରେ ଶରୀରର ଯତ୍ନ ଓ ନିଜକୁ କିପରି ଫିଟ୍ ରଖହେବ ସେ ଦିଗରେ କରିନା କାମ କରୁଥଲେ। ପୁଅ ତୈମୁରଙ୍କୁ ଜନ୍ମଦେବା ପରେ କରିନା ପୁଣି ରଙ୍ଗିନ୍ ଦୁନିଆରେ ପାଦ ଥାପିଛନ୍ତି।

ଅନୁଷ୍କା ଶର୍ମା

୨୦୧୭ରେ ସବୁଠୁ ଚର୍ଚ୍ଚାରେ ରହିଥିଲା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର। କ୍ରିକେଟର ବିରାଟ କୋହଲିଙ୍କୁ ଡିସେମ୍ବର ୨୧ରେ ଇଟାଲିରେ ସିକ୍ରେଟ ବିବାହ କରିବା ଚହଳ ପକାଇ ଦେଇଥିଲା। ଏହି ଯୋଡି ବିଦେଶରେ ବିବାହ କରିବା ସହ ଦିଲକ୍ଲୀ ଓ ମୁମ୍ବାଇରେ ଦେଇଥଲେ ବିବାହ ଭୋଜି। ଦେଶ ବିଦେଶର ବହୁ ଖ୍ୟାତନାମ ବ୍ୟକ୍ତି ଭୋଜିରେ ଯୋଗଦେଇ ନବ ଦମ୍ପତିଙ୍କୁ ଦେଇଥିଲେ ଆଶିର୍ବାଦ।

ଆୟୁଷ୍ମାନ ଖୁରାନା

ବଲିଉଡରେ ନିଜପାଇଁ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ଆୟୁଷ୍ମାନ୍‌ ଖୁରାନା। ‘ଶୁଭ ମଙ୍ଗଳ ସାବଧାନ’ ଓ ‘ବରେଲି କି ବର୍ଫି’ ରେ ଅଭିନୟର ସୁଯୋଗ ପାଇଥିଲେ। ଫିଲ୍ମ ଦୁନିଆରେ ଭବିଷ୍ୟତ ତାଙ୍କର ଅଧିକ ଉଜ୍ଜଳ ବୋଲି ଫିଲ୍ମ ସମୀକ୍ଷକମାନେ କହୁଛନ୍ତି।

ସନ୍ନି ଲିଓନୀ

ଚଳିତ ବର୍ଷ ପୋଷ୍ୟ ସନ୍ତାନ ଗ୍ରହଣ କରି ସମ୍ବାଦପତ୍ରର ଶିରୋନାମ ମଣ୍ଡନ କରିଥଲେ ପର୍ଣ୍ଣ ଷ୍ଟାର ସନି ଲିଓନୀ। ସେ ୨୧ମାସର ଅନାଥ ଶିଶୁ ନିଶାଙ୍କୁ ମହାରାଷ୍ଟ୍ରର ଲାଟୁରରୁ ଗ୍ରହଣ କରି ଦେଶରେ ଆଲୋଡନ ସୃଷ୍ଟି କରିଥିଲେ।

Comment