ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିବସରେ ମଥୁରା ନରେଶ କଂସ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ଚାରି ଦିନ ଧରି ଲୋକମଣ୍ଡପ ପଡ଼ିଆରେ କଂସ ଦରବାର ଆରମ୍ଭ ହୋଇଛି। ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଧନୁଯାତ୍ରା  ଦେଖିବା ପାଇଁ କଂସ ଛଳନା କରି ଧନୁଯାତ୍ରା ଆରମ୍ଭ କରିଛନ୍ତି। ଅକ୍ରୁର କୃଷ୍ଣଙ୍କୁ ଆଣିବା ପାଇଁ ଗୋପପୁର ଗମନ କରିବେ। ଏଥିପାଇଁ କଂସ ଦରବାରରେ ପହଞ୍ଚିଛନ୍ତି ଅକ୍ରୁର। କୃଷ୍ଣ ବଳରାମ ମଥୁରାକୁ ଆସିଲେ କିଭଳି ଯୁଦ୍ଧ କରିବେ ତାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି କଂସ ମହାରାଜ।

ମଥୁରା ଛାଡ଼ି ଗୋପପୁରରେ ପ୍ରବେଶ କରିଛନ୍ତି ମହାମନ୍ତ୍ରୀ ଅକ୍ରୁର। ଯମୁନାନଦୀରେ ପାଦଦର୍ଶନ କରି ଅକ୍ରୁର ବିଭୋର ହୋଇଯାଇଛନ୍ତି। କୃଷ୍ଣ ବଳରାମଙ୍କ ସହ ଅକ୍ରୁରଙ୍କ ସାକ୍ଷାତ ପ୍ରଭୃତି ଦୃଶ୍ୟ ଦର୍ଶକଙ୍କ ମନକୁ ଖୁସି କରିଛି। ଏଥର ଧନୁଯାତ୍ରାରେ ଗୋପପୁରର କିଛି ପରମ୍ପରା ଶ୍ରୀକୃଷ୍ଣଙ୍କ ଗିରିଗୋବର୍ଦ୍ଧନ ଧାରଣ, ଯମୁନା ଆଳତି ପ୍ରଭୃତି ଦୃଶ୍ୟ ଅଭିନୀତ ହୋଇ ନଥିବାରୁ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment