ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ଦିନ ପହଞ୍ଚିଛି ବରଗଡ଼ ଧନୁଯାତ୍ରା। କୃଷ୍ଣ ବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରାକୁ ଆସିଛନ୍ତି। ଏହି ସମୟରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି।

ନନ୍ଦରାଜା ଓ ନନ୍ଦରାଣୀ ଗୃଷ୍ଣଙ୍କ ବାଟ ଓଗାଳିଥିଲେ। ଗୋପପୁର ଛାଡ଼ି ନଯିବା ପାଇଁ ଅନୁରୋଧ କରିଥିଲେ। ଉଭୟଙ୍କୁ କୃଷ୍ଣ ବଳରାମଙ୍କୁ ବୁଝାଇବା ପରେ ଆଗକୁ ବଢ଼ିଥିଲେ। ରାସ୍ତାରେ ରାଧା ଓ ଗୋପୀମାନେ ରଥ ଅଟକାଇଥିଲେ। ତେବେ ବାଟରେ ରାଧା ଓ ଗୋପୀମାନେ ଅକ୍ରୁରଙ୍କ ରଥ ଅଟକାଇ ଥିଲେ ଏବଂ କୃଷ୍ଣଙ୍କୁ ମଥୁରା ଯିବାକୁ ମନା କରିଥିଲେ।

କୃଷ୍ଣ ରଥରୁ ଓହ୍ଲାଇବା ସହ ଗୋପୀମାନଙ୍କୁ ଏବଂ ରାଧାଙ୍କୁ ମନାଇବା ସହ ଚାରିଦିନ ପରେ ଫେରିବାକୁ କଥା ଦେଇଥିଲେ ଏବଂ ସ୍ମୃତି ପାଇଁ ରାଧାଙ୍କୁ ଭେଟିପତ୍ର ପ୍ରଦାନ କରିଥିଲେ। ଏହାପରେ ରାଧା ଓ ଗୋପୀମାନେ ବାଟ ଛାଡ଼ି ଦେଇଥିଲେ। କିଛିକ୍ଷଣ ପରେ ମଧୁମଙ୍ଗଳ ଏବଂ ଗୋପବାଳକମାନେ ରଥକୁ ଅଟକାଇ ଥିଲେ ଏବଂ ଅକ୍ରୁରକୁ ଭଣ୍ଡ ବୈଷ୍ଣବ କହିବା ସହ ବିଭିନ୍ନ ଧମକ ଦେଇଥିଲେ। ଅକ୍ରୁରଙ୍କ ଅନୁରୋଧ ପରେ କୃଷ୍ଣ ରଥରୁ ଓହ୍ଲାଇ ମଧୁମଙ୍ଗଳ ଓ ଗୋପବାଳକମାନଙ୍କୁ ସାଙ୍ଗରେ ମଥୁରା ଯିବାକୁ କହିଥିଲେ। ଏହାପରେ ଅକ୍ରୁରଙ୍କ ରଥ ମଥୁରା ଅଭିମୁଖେ ଗଡ଼ିଥିଲା। ଏପଟେ ମଥୁରାର ଆମ୍ରବନରେ ତପସ୍ୟାରତ ଋଷିମୁନିଙ୍କ ଉପରେ ମହାରାଜ କଂସଙ୍କ ଅତ୍ୟାଚାର ଦେଖିବାକୁ ମିଳିଛି।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment