ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁରୀ ଲୋକଗୀତ ‘ରଙ୍ଗବତୀ’ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଲ୍‌ଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ‘ଓଡ଼ିଶାଲାଇଭ୍’ର ଭୁବନେଶ୍ୱର କାର୍ଯ୍ୟାଳୟକୁ ବୁଧବାର ସନ୍ଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଆସିଥିବା ଶ୍ରୀ ହରିପାଲ୍‌ଙ୍କୁ ଓଡ଼ିଶାଲାଇଭ୍‌ ପ୍ରତିଷ୍ଠାତା ସମ୍ପାଦକ ନୀଳାମ୍ବର ରଥ ସମ୍ବର୍ଦ୍ଧିତ କରିଥିଲେ। ଉତ୍ତରୀୟ ଏବଂ ଫୁଲତୋଡ଼ା ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବର୍ଦ୍ଧିତ ହେବା ପରେ ଶ୍ରୀ ହରିପାଲ୍‌ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ସେ ଓଡ଼ିଶାଲାଇଭ୍‌ର ସଫଳତା କାମନା କରିବା ସହ ରଙ୍ଗବତୀ ଗୀତର ଲୋକପ୍ରିୟତା ସମ୍ପର୍କରେ କହିଥିଲେ।

ଜିତେନ୍ଦ୍ରିୟ ହରିପାଲ୍‌ ୧୦୦୦ରୁ ଅଧିକ ଗୀତ ଗାଇଛନ୍ତି। ବିଶେଷକରି ସମ୍ବଲପୁରୀ ଗୀତ ଗାଇ ସେ ବେଶ୍‌ ସଫଳତା ପାଇଛନ୍ତି। ୧୯୭୬ ମସିହାରେ ସେ ଏବଂ କ୍ରୀଷ୍ଣା ପଟେଲ୍‌ ଗାଇଥିବା ରଙ୍ଗବତୀ ଗୀତ ଜିତେନ୍ଦ୍ରିୟ ହରିପାଲ୍‌ଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା। ଏହି ଗୀତ ପାଇଁ ସେ ଘରେ ଘରେ ପରିଚିତ। ଶ୍ରୋତାଙ୍କ ମହଲରେ ଶ୍ରୀ ହରିପାଲ୍‌ ଏବେ ବି ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ଗୀତିକାର, ସ୍ୱରକାର ଏବଂ କଣ୍ଠଶିଳ୍ପୀ ଭାବେ ଶ୍ରୀ ହରିପାଲ୍‌ ବେଶ୍‌ ଜଣାଶୁଣା।

Comment