ଓଡ଼ିଶାଲାଇଭ୍ ବ୍ୟୁରୋ

- ଗୃହରକ୍ଷୀଙ୍କ ବଢ଼ିଲା ଦରମା
- ଦୈନିକ ବେତନ ୨୪୦ ଟଙ୍କାରୁ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି
- ଉପକୃତ ହେବେ ୧୬,୭୦୦ ଗୃହରକ୍ଷୀ
ଗୃହରକ୍ଷୀମାନଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ନୂଆବର୍ଷରେ ଗୃହରକ୍ଷୀଙ୍କ ଦରମା ବଢ଼ାଇଛନ୍ତି ସରକାର। ଦୈନିକ ବେତନ ୨୪୦ ଟଙ୍କାରୁ ବୃଦ୍ଧି ପାଇ ୩୦୦ ଟଙ୍କା ହୋଇଛି। ଏ ସମ୍ପର୍କରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ କନଷ୍ଟେବଳଙ୍କ ଦରମା ସହିତ ଗୃହରକ୍ଷୀମାନଙ୍କ ଦରମା ସମାନ ହୋଇଛି।
ରାଜ୍ୟରେ କାର୍ଯ୍ୟରତ ୧୬,୭୦୦ ଗୃହରକ୍ଷୀ ଉପକୃତ ହେବେ। ଦରମା ବୃଦ୍ଧି ପାଇଁ ଦୀର୍ଘଦିନ ଧରି ରାଜ୍ୟ ଗୃହରକ୍ଷୀ ସଂଘ ବାରମ୍ବାର ଦାବି କରି ଆସୁଥିଲା। ଗୃହରକ୍ଷୀଙ୍କ ଦରମା ବୃଦ୍ଧି ପରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ୩୯ କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ିବ।


















