ଓଡ଼ିଶାଲାଇଭ୍‍ ବ୍ୟୁରୋ

ଚାଲିଛି ପ୍ରଦୂଷଣ ଆଇନର ଉଲ୍ଲଂଘନ। ପୁରୀରେ ଥିବା ହୋଟେଲଗୁଡ଼ିକ ଏହି ଆଇନ୍‌ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଏଣୁ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ଯେଉଁ ହୋଟେଲ୍ ମାଲିକମାନେ ପ୍ରଦୂଷଣ ଆଇନ ଉଲ୍ଲଂଘନ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜରିମାନା ଅର୍ଥ ଦେଇନଥିବା ହୋଟେଲ୍‌ଗୁଡ଼ିକୁ ବନ୍ଦ କରିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଗେଇ ଆସିଛି।

ଏନେଇ ପୁରୀ ଓ ଭୁବନେଶ୍ୱରରେ ଥିବା ହୋଟେଲର ତାଲିକା ପ୍ରସ୍ତୁତ କରାଯାଇଛି। ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍ (ଏନ୍‌ଜିଟି)ଙ୍କ ଆଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୁବନେଶ୍ୱର ଓ ପୁରୀରେ ଥିବା ୩୦୦ ହୋଟେଲ୍ ମାଲିକଙ୍କୁ ୨୦୧୬ ମସିହାରେ ପ୍ରଦୂଷଣ ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗରେ ନୋଟିସ୍ ଜାରି କରିଥିଲା। ହେଲେ କିଛି ହୋଟେଲ୍ ମାଲିକ ଆଇନ ଉଲ୍ଲଂଘନ କରି ଚାଲିଥିବା ଜଣାପଡ଼ିଛି। ଇତିମଧ୍ୟରେ ୧୭୮ ହୋଟେଲ୍ ମାଲିକ ଜରିମାନା ବାବଦରେ ପାଖାପାଖି ୨ କୋଟି ଟଙ୍କା ଜମା କରିସାରିଛନ୍ତି ବୋଲି ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ କହିଛନ୍ତି।

ଅନ୍ୟପକ୍ଷରେ ପୁରୀ ହୋଟେଲ୍ ମାଲିକ ସଂଘ କହିଛନ୍ତି ଯେ ଆଇନକୁ ସମ୍ମାନ ଦିଆଯିବ। ପୁରୀରେ ଥିବା ହୋଟେଲ୍‌ଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here